୧୦୦ ବର୍ଷ ତଳର ଗଛକୁ ବିବାହ କଲେ ୨ ମହିଳା, ଜାଣନ୍ତୁ ପୂରା କାହାଣୀ

ଓ୍ଵାଶିଂଟନ: କେହି କେହି ନିଜର ମଙ୍ଗଳ ଦୋଷ କାଟିବା ପାଇଁ ପ୍ରଥମେ ଗଛକୁ ବିବାହ କରିଥାନ୍ତି ବୋଲି ଆପଣ ହୁଏତ ଜାଣିଥିବେ ନିଶ୍ଚୟ। ମାତ୍ର ଏପରି କୌଣସି ସମସ୍ୟା ନଥିବା ସତ୍ତ୍ୱେ ବି ଗଛକୁ ବିବାହ କରିବା ଟିକେ ଆଶ୍ଚର୍ଯ୍ୟଜନକ ଲାଗୁନାହିଁ? ଫ୍ଲୋରିଡାରେ ଦେଖିବାକୁ ମିଳିଛି ଏପରି ଏକ ନିଆରା ଘଟଣା।

ଫ୍ଲୋରିଡାର ୨ ଜଣ ମହିଳା ନିକଟରେ ଏକ ଗଛକୁ ବିବାହ କରଛନ୍ତିିି। ସେ ଏପରି ଏକ ସ୍ୱତନ୍ତ୍ର ବିବାହ କରି ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। କରୀନ ଚୋପର୍‌ ଓ ଦାନା ଫୋଗ୍‌ଲେସଙ୍ଗ୍‌ ନାମକ ଏହି ଦୁଇ ମହିଳା ବିବାହ କରିଥିବା ଗଛଟି ୧୦୦ ବର୍ଷ ତଳର। ତେବେ, ଏହି ଗଛଟି ଯେଉଁ ସ୍ଥାନରେ ଥିଲା ତାହାକୁ କାଟି ଦେଇ ସେହି ସ୍ଥାନରେ ଅନେକ ଗୁଡ଼ିଏ ଛୋଟ ଛୋଟ ଗଛ ଲଗାଇବା ପାଇଁ ଅଧିକାରୀ ଯୋଜନା କରିଥିଲେ। ଏହି ଗଛଟିକୁ କାଟିବାରୁ ବଞ୍ଚାଇବା ପାଇଁ କରୀନ ଓ ଦାନା ଏପରି ପଥ ଅବଲମ୍ବନ କରିଛନ୍ତି। ଗଛଟିକୁ ଖାଲି ବିବାହ କରିନାହାନ୍ତି, ବରଂ ଏହାକୁ କାଟ ନାହିଁ ନହେଲେ ଆମେ ବିଧବା ହୋଇଯିବୁ ବୋଲି ସେମାନେ ଜଣାଇଛନ୍ତି। ଗଛ କଟା ନେଇ ଏକ ସଚେତନତା ବାର୍ତ୍ତା ଦେବାକୁ ଚିନ୍ତା କରି ସେ ଦୁହେଁ ଏହି ପଥ ଆପଣେଇଛନ୍ତି।

ସମ୍ବନ୍ଧିତ ଖବର