କେବଳ ବେଲପତ୍ର ନୁହେଁ, ଏସବୁ ପତ୍ରରେ ବି କରାଯାଏ ଶିବ ପୂଜା

କୋପେ ବର, ତପେ ବର କଥାଟି ଉଠିଲେ ମନରେ ଆସେ ଶିବଙ୍କ ପ୍ରତିମୂର୍ତ୍ତି। ଶିବ ହେଉଛନ୍ତି ଏମିତି ଜଣେ ଦେବତା ଯାହାଙ୍କୁ ଭକ୍ତି ଭାବରେ ବାନ୍ଧି କରି ବର ପ୍ରାପ୍ତ କରିବା ଖୁବ୍‌ ସହଜ ହୋଇଥାଏ। ସମସ୍ତେ ଜାଣନ୍ତି ବେଲପତ୍ର ହେଉଛି ଶିବଙ୍କ ପ୍ରିୟ ପତ୍ର। ଶିବଙ୍କୁ ବେଲ ପତ୍ର ଅର୍ପଣ କଲେ ସେ ଖୁବ୍‌ ଖୁସି ହୋଇ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ମାତ୍ର ଆପଣ ଜାଣ ରଖନ୍ତୁ ଯେ ଶିବଙ୍କୁ ତୃପ୍ତ କରିବା ପାଇଁ କେବଳ ବେଲ ପତ୍ର ନୁହେଁ ଆପଣ ଅନ୍ୟ କେତୋଟି ପତ୍ର ବି ଅର୍ପଣ କରିପାରିବେ।

ବେଲ ପତ୍ର ବ୍ୟତୀତ ଅଶୋକ ପତ୍ର ମଧ୍ୟ ଶିବଙ୍କ ପ୍ରିୟ ହୋଇଥାଏ। ଶିବ ପୂଜା ପାଇଁ ବେଲପତ୍ର ନପାଇଲେ ଶିବଙ୍କ ଭକ୍ତମାନେ ଅଶୋକ ପତ୍ର ଅର୍ପ କରିଥାନ୍ତି। ଓସ୍ତ ପତ୍ର ବି ଶିବଙ୍କ ପ୍ରିୟ ପତ୍ର ଭିତରୁ ଗୋଟିଏ। ଯଦି ଆପଣ ବେଲ କିମ୍ବା ଅଶୋକ ପତ୍ର ପାଉନାହାନ୍ତି ତେବେ ଓସ୍ତ ପତ୍ର ଅର୍ପଣ କରି ଶିବଙ୍କ ପୂଜା କରିପାରିବେ। ଏହା ଛଡ଼ା ଆଉ ଯେଉଁ ପତ୍ରଟି ଶିବଙ୍କ ପ୍ରିୟ ତାହା ହେଉଛି ଆମ୍ବ ପତ୍ର। ଡାଳିମ୍ବ ପତ୍ର ବି ଶିବଙ୍କ ପ୍ରିୟ ବୋଲି ଜାଣିରଖନ୍ତୁ।

ତେବେ ଏସବୁ ତ ଥିଲା ଶିବଙ୍କ ପ୍ରିୟ ପତ୍ର। ମାତ୍ର ଯାହା ଶିବଙ୍କୁ ନ ଦେବା ଉଚିତ ତାହା ହେଉଛି ସିନ୍ଦୂର, କେତକୀ ଫୁଲ, ତୁଳସୀ, ପଇଡ଼ ପାଣି ଆଦି।

ସମ୍ବନ୍ଧିତ ଖବର