କାର୍‌ର ଟାୟାର୍‌ ଏବଂ ବ୍ୟାଟେରି ଚୋରିକରି ସେଠାରେ ଇଟା ଲଗାଇ ଫେରାର୍‌ ହେଉଛି ଚୋର !

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଜୌରୀ ଗାର୍ଡେନ ଓ ତା’ର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ କାର୍‌ ଗୁଡିକରୁ ଟାୟାର୍‌ ଓ ବ୍ୟାଟେରି ଚୋରି ହେଉଥିବା ହେତୁ ଲୋକେ ହଇରାଣ ହେଉଛନ୍ତି। ଏହି ଅଞ୍ଚଳରେ ଘର ବାହାରେ ରହୁଥିବା ବିଳାସପୂର୍ଣ୍ଣ ଗାଡିଗୁଡିକରୁ ରାତିରେ ଚୋର ଟାୟାର କାଢି ଦେଉଛି ଓ ତା’ଜାଗାରେ ଇଟା ଲଗାଇ ଦେଇ ଚାଲିଯାଉଛି। ଖାଲି ସେତିକି ନୁହେଁ ବ୍ୟାଟେରି ମଧ୍ୟ ନେଇ ଯାଉଥିବାର ଅଭିଯୋଗ ହୋଇଛି।

ଏସବୁ ଘଟଣା ସିସିଟିଭି ଫୁଟେଜ୍‌ରୁ ବି ଜଣାଗଲାଣି। ସେଥିରେ ସ୍ପଷ୍ଟଭାବେ ଚୋରର ମୁହଁ ବି ଦେଖିବାକୁ ମିଳିଛି। ସେ ନିଜ ସାଙ୍ଗରେ ଇଟା ଓ ଟାୟାର୍‌ ଖୋଲିବା ଯନ୍ତ୍ରପାତି ବି ଧରି ଆସୁଥିବାର ଦେଖିବାକୁ ମିଳିଛି। ଆରଡବ୍ଲୁଏ ଡିଡିଏର ସାଧାରଣ ସଂପାଦକ ଆଶିଷ ମିତ୍ତଲ କହିଛନ୍ତି ଯେ ଗତ କିଛି ବର୍ଷ ମାସ ହେବ ଏହି ଚୋରି ବୃଦ୍ଧି ପାଇଛି।

ସେ କହିଛନ୍ତି ଯେ ଗାଡିକୁ ଅପ୍‌ ଲିଫ୍‌ଟି କରି ଚୋର ଟାୟାର୍‌ ଓ ବ୍ୟାଟେରି ଚୋରି କରି ନେଇଯାଉଛି। ସୋସାଇଟିରେ ବାଉଣ୍ଡ୍ରି ଓ୍ଵାଲ୍‌ ନ ଥିବା ଓ ଷ୍ଟ୍ରିଟ୍‌ ଲାଇଟ୍‌ ଠିକ୍‌ ଭାବେ କାମ କରୁ ନଥିବା ହେତୁ ଏଭଳି ଚୋରି ବଢିଛି ବୋଲି ଅଭିଯୋଗ ହୋଇଛି। ପୁଲିସକୁ ଏ ସଂପର୍କରେ ସୂଚନା ଦିଆଯିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଯିବାର ଅଭିଯୋଗ ବି ଆସିଛି।

ସମ୍ବନ୍ଧିତ ଖବର