ୟୁବିଇ କ’ଣ? ଏହା ଚିକିତ୍ସା କ୍ଷେତ୍ରରେ କିପରି ବ୍ୟବହାର ହୁଏ?
ଆଜିର ଯୁଗରେ ମେରୁଦଣ୍ଡ ଅସ୍ତ୍ରୋପଚାର ନିମନ୍ତେ ୟୁନିଲାଟେରାଲ୍ ବାଇପୋର୍ଟାଲ୍ ଏଣ୍ଡୋସ୍କୋପି (ୟୁବିଇ) ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି। ଏହି ସୂକ୍ଷ୍ମ ସର୍ଜିକାଲ୍ ପଦ୍ଧତିରେ ମେରୁଦଣ୍ଡ କେନାଲକୁ ପ୍ରବେଶ କରିବା ପାଇଁ ସର୍ଜନମାନେ ଏକ ଏଣ୍ଡୋସ୍କୋପ୍ ନିୟୋଜିତ କରନ୍ତି।
ୟୁବିଇ ପଦ୍ଧତି କାହିଁକି ଗ୍ରହଣୀୟ ହୋଇପାରିଛି?
‘ୟୁବିଇ’ ହେଉଛି ମେରୁଦଣ୍ଡର ଗୋଟିଏ ପାର୍ଶ୍ବରେ ଦୁଇଟି କ୍ଷୁଦ୍ର ଛିଦ୍ର ମାଧ୍ୟମରେ, ଅର୍ଥାତ୍ ସବୁଠୁ କମ୍ କଟାଯାଇ କରାଯାଉଥିବା ଅସ୍ତ୍ରୋପଚାର। ମେରୁଦଣ୍ଡ କେନାଲ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ଡାକ୍ତରମାନେ କେବଳ ଗୋଟିଏ ଏଣ୍ଡୋସ୍କୋପ୍ ଉପଯୋଗ କରନ୍ତି। ଏହି ପ୍ରଣାଳୀରେ ଭିତରର ଦୃଶ୍ୟମାନତା ଅତ୍ୟନ୍ତ ପ୍ରାଞ୍ଜଳ ହେଉଥିବାରୁ ସଫଳ ଭାବେ ସର୍ଜରି କରାଯାଇ ପାରୁଛି। ଏଭଳି ସୁବିଧା ଥିବାରୁ ରୋଗୀ ଓ ଡାକ୍ତରମାନେ ‘ୟୁବିଇ’ କରାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
ୟୁବିଇକୁ କାହିଁକି ବାଛିବା ଓ ଏହାର ସୁବିଧାମାନ କ’ଣ ରହିଛି?
ରୋଗୀ ଏବଂ ସର୍ଜନମାନେ ଅନେକ ସୁବିଧା ପାଇଁ ୟୁବିଇକୁ ବାଛୁଛନ୍ତି।
ଏହି ଚିକିତ୍ସାରେ ରୋଗୀ ଶୀଘ୍ର ସୁସ୍ଥ ହୁଏ ଏବଂ ଅସ୍ତ୍ରୋପଚାରଜନିତ କଷ୍ଟ ଓ କ୍ଷତ କମ୍ ହୋଇଥାଏ। ଅସ୍ତ୍ରୋପଚାର ପରେ ଯଥେଷ୍ଟ କମ୍ ଯନ୍ତ୍ରଣା ହୁଏ, ଯାହାଦ୍ୱାରା ରୋଗୀମାନେ ଆରାମରେ ଆରୋଗ୍ୟଲାଭ କରିଥାଆନ୍ତି। ସଂକ୍ରମଣ ଆଶଙ୍କା କମ୍ ଥିବାରୁ ‘ୟୁବିଇ’ ରୋଗୀମାନଙ୍କ ପାଇଁ ନିରାପଦ ଅସ୍ତ୍ରୋପଚାର ହୋଇପାରିଛି।
ୟୁବିଇରୁ କିଏ ଉପକୃତ ହୋଇପାରିବ?
ହର୍ନିୟେଟେଡ୍ ଡିସ୍କସ୍ (ସ୍ନାୟୁ ମୂଳେର ପଡୁଥିବା ଚାପ), ସ୍ପାଇନାଲ୍ ଟ୍ୟୁମର୍ (ମେରୁଦଣ୍ଡରେ ହୋଇଥିବା ସାଧାରଣ ଓ ସଂକ୍ରମିତ ଟ୍ୟୁମର୍), ସ୍ପାଇନାଲ୍ ଷ୍ଟେନୋସିସ୍ (ସ୍ନାୟୁ ସଙ୍କୋଚନ), ଡିଜେନେରେଟିଭ୍ ଡିସ୍କ (ପୁରାତନ ଯନ୍ତ୍ରଣା) ଏବଂ ଫେସେଟ୍ ଜଏଣ୍ଟ୍ ଡିଜର୍ଡର୍ (ମେରୁଦଣ୍ଡ ଗଣ୍ଠିରେ ହେଉଥିବା ବିନ୍ଧା), ସ୍ପାଇନାଲ୍ ଲିସ୍ଥେସିସ୍ ଭଳି ରୋଗରେ ପୀଡ଼ିତ ବ୍ୟକ୍ତି ୟୁବିଇ ଦ୍ବାରା ଉପକୃତ ହୋଇପାରିବେ।
ଏହା କ’ଣ ମେରୁଦଣ୍ଡ ଚିକିତ୍ସା ସବୁଠାରୁ ଅତ୍ୟାଧୁନିକ ପଦ୍ଧତି?
ସମ୍ପ୍ରତି ମେରୁଦଣ୍ଡ ଚିକିତ୍ସା କ୍ଷେତ୍ରରେ ‘ୟୁବିଇ’ ଏଣ୍ଡୋସ୍ପାଇନ୍ ଅସ୍ତ୍ରୋପଚାର ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏହା ରୋଗୀଙ୍କ ଲାଗି ଅଧିକ ନିରାପଦ ଓ କମ୍ ଯନ୍ତ୍ରଣାଦାୟକ। ‘ୟୁବିଇ’ କେବଳ ଏକ ପ୍ରଣାଳୀ ନୁହେଁ, ଏହା ମେରୁଦଣ୍ଡୀୟ ଚିକିତ୍ସା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ। Surgery
spinal surgery: ମେରୁଦଣ୍ଡ ଅସ୍ତ୍ରୋପଚାରରେ ‘ୟୁବିଇ’
ଆଜିର ଯୁଗରେ ମେରୁଦଣ୍ଡ ଅସ୍ତ୍ରୋପଚାର ନିମନ୍ତେ ୟୁନିଲାଟେରାଲ୍ ବାଇପୋର୍ଟାଲ୍ ଏଣ୍ଡୋସ୍କୋପି (ୟୁବିଇ) ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି। ଏହି ସୂକ୍ଷ୍ମ ସର୍ଜିକାଲ୍ ପଦ୍ଧତିରେ ମେରୁଦଣ୍ଡ କେନାଲକୁ ପ୍ରବେଶ କରିବା ପାଇଁ ସର୍ଜନମାନେ ଏକ ଏଣ୍ଡୋସ୍କୋପ୍ ନିୟୋଜିତ କରନ୍ତି।
/sambad/media/media_files/2025/10/29/operaction-2025-10-29-01-04-46.jpg)
/sambad/media/agency_attachments/2024-07-24t043029592z-sambad-original.webp)