ବର୍ଜ୍ୟ ପଦାର୍ଥରେ ପରିବେଶ ଅନୁକୂଳ ଜଳ-ନିରୋଧୀ ଇଟା ତିଆରି କଲେ ଇଂଜିନିୟରିଂ ଛାତ୍ରଛାତ୍ରୀ

ଉଦୟପୁରର ‘ଟେକ୍‌ନୋ ଇଣ୍ତିଆ ଏନ୍‌ଜେଆର‌୍‌ ଇନ୍‌ସଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି’ର ଛଅ ଜଣ ଛାତ୍ର-ଛାତ୍ରୀ ବର୍ଜ୍ୟ ପଦାର୍ଥର ପୁନଃ ପ୍ରକ୍ରିୟାକରଣ ଦ୍ୱାରା ପରିବେଶ ଅନୁକୂଳ ଜଳ-ନିରୋଧୀ ଇଟା ତିଆରି କରିବାରେ ସଫଳ ହୋଇଛନ୍ତି। ସେମାନେ ହେଲେ- କୁ˚ଜପ୍ରୀତ, ନିକିତା ଶର୍ମା, ସୟଦ ଆମିର ହୁସୈନ, କୃଷ୍ଣ ଚୌଧୁରୀ, ହନି କୋଠାରୀ ଓ ଦୈଦୀପ୍ୟ କୋଠାରୀ। ଏହି ଇଟାର ମୁଖ୍ୟ ଉପାଦାନ ପ୍ଲାସ୍‌ଟିକ୍‌ ଆବର୍ଜନା। ଶିକ୍ଷାନୁଷ୍ଠାନ ପରିସରରେ ଥିବା ଆବର୍ଜନା କୁଣ୍ତଗୁଡ଼ିକରେ ସର୍ବଦା ପ୍ଲାସ୍‌ଟିକ୍‌ ଆବର୍ଜନା ଦେଖିଦେଖି, ସେମାନେ ତାହାକୁ କାମରେ ଲଗାଇବା ପାଇଁ ଚିନ୍ତା କରିଥିଲେ।

thebetterindia.com

ସେମାନଙ୍କ ଅଟକଳ ସୂତ୍ରରୁ ପ୍ରକାଶ ଯେ, ଯଦି ଅଢ଼େଇ ଲକ୍ଷ କିଲୋଗ୍ରାମ୍‌ ପ୍ଲାସ୍‌ଟିକ୍‌ ବର୍ଜ୍ୟ ପଦାର୍ଥର ପ୍ରକ୍ରିୟାକରଣ କରାଯାଇପାରିବ, ଆମେ ପାଇବା ଦଶ ଲକ୍ଷ ଜଳ-ନିରୋଧୀ ପରିବେଶ ଅନୁକୂଳ ଇଟା। ଏହା ଦ୍ୱାରା ପରିବେଶ ପ୍ରଦୂଷଣ-ମୁକ୍ତ ହେବ, ମୃତ୍ତିକା କ୍ଷୟ ହ୍ରାସ ପାଇବ। ଆମ ଦେଶରେ ବାର୍ଷିକ ପ୍ରାୟ କୋଡ଼ିଏ ହଜାର କୋଟି ଇଟା ଉତ୍ପାଦିତ ହେଉଛି। ଏହି କାମରେ ଯଦି ପ୍ଲାସ୍‌ଟିକ୍‌ର ବିନିଯୋଗ କରାଯାଏ, ଫଳାଫଳ ନିଶ୍ଚିତ ଭାବେ ମଙ୍ଗଳମୟ ହେବ। ଏହି ଛାତ୍ର-ଛାତ୍ରୀଙ୍କ ଦ୍ୱାରା ବିକଶିତ ପଦ୍ଧତିରେ ଘଣ୍ଟାରେ ଶହେ ଇଟା ତିଆରିକରାଯାଇପାରିବ। ଖଣ୍ତକ ଚାରି ଟଙ୍କାରେ ବିକ୍ରି କରାଯାଇପାରିବ। ଅର୍ଥାତ୍‌, ପାର˚ପରିକ ଇଟା ତୁଳନାରେ ଏହାର ମୂଲ୍ୟ ମଧ୍ୟ କମ୍‌।

ସମ୍ବନ୍ଧିତ ଖବର