ଉଦୟପୁର: ଅନେକ ସମୟରେ ମାତା-ପିତାମାନେ ନିଜ ପିଲାମାନଙ୍କର ଅଜବ ଅଜବ ନାମକରଣ କରୁଥିବା ଦେଖାଯାଇଥାଏ। ସମସ୍ତଙ୍କଠାରୁ ନିଜ ପିଲାର ନାଁ ଭିନ୍ନ କରିବା ପାଇଁ ମାତା-ପିତାମାନେ ଅଜବ ନାଁ ରଖୁଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ତାହା ଚିନ୍ତାର କାରଣ ପାଲଟିଥାଏ। କାରଣ ବଡ଼ ହେବା ପରେ ପିଲାମାନଙ୍କୁ ନିଜ ନାଁ ପାଇଁ ସମାଲୋଚନାର ଶିକାର ହେବାକୁ ପଡ଼େ, ଯାହାର ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଛି। ଲୋକେ ନିଜ ପିଲାମାନଙ୍କ ନାଁ ଗୁଗଲ ବା ୟାହୁ ରଖିଥିବା ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ଏବେ ଉଦୟପୁରର ଜଣେ ବାସିନ୍ଦା ନିଜ ପୁଅର ନାଁ କଂଗ୍ରେସ ରଖିଥିବା ଜଣାପଡ଼ିଛି।
ଉଦୟପୁରରେ ରହୁଥିବା ବିନୋଦ ଜୈନ୍ ଏଭଳି କାମ କରିଛନ୍ତି। ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ବିଭାଗରେ କାମ କରୁଥିବା ବେଳେ ତାଙ୍କ ପୂରା ପରିବାର ଅନେକ ବର୍ଷରୁ କଂଗ୍ରେସ ସହ ଜଡ଼ିତ ରହିଛି। ଆଗକୁ ତାଙ୍କ ପୁଅ ମଧ୍ୟ ବଡ଼ ହୋଇ କଂଗ୍ରେସରେ ଯୋଗ ଦେବ ବା ଦଳ ପାଇଁ କାମ କରିବ ବୋଲି ଭାବି ବିନୋଦ ନିଜ ପୁଅର ନାଁ କଂଗ୍ରେସ ଜୈନ୍ ରଖିଛନ୍ତି। ଦଳ ପାଇଁ ବିନୋଦଙ୍କ ମନରେ କେତେ ଭଲପାଇବା ରହିଛି, ତାହା ତାଙ୍କର ଏଭଳି କାମରୁ ସ୍ପଷ୍ଟ ହୋଇଛି। ତେବେ ବିନୋଦଙ୍କ ଏଭଳି ନାମକରଣକୁ ପ୍ରଥମେ ପରିବାର ଲୋକେ ଗ୍ରହଣ କରି ନଥିଲେ ମଧ୍ୟ ଏବେ ଧିରେ ଧିରେ ପରିବାର ଲୋକେ ଏହାକୁ ଗ୍ରହଣ କରିବା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/freepressjournal_2020-01_1d966d78-3bbe-4d72-be29-8c754d0c5b32_cats_5e27d9ff11067.jpg)