ମଙ୍ଗଳଗ୍ରହରେ ମିଳିଲା ପୁରୁଣା ଜୋତା!

ନୂଆଦିଲ୍ଲୀ: ପୃଥିବୀ ଗ୍ରହ ବ୍ୟତୀତ ଅନ୍ୟ ଗ୍ରହରେ ବି ଜୀବମାନେ ବାସବାସ କରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହି ବିଷୟରେ କାହାରି ପାଖରେ କୌଣସି ସୂଚନା କି ପ୍ରମାଣ ନାହିଁ। ତଥାପି, ଅନେକ ଲୋକ ଏବଂ ୟୁଏଫଓ ବିଶେଷଜ୍ଞ କୁହନ୍ତି ଯେ ଏଲିଅନର ଅସ୍ତିତ୍ୱ ଅଛି । ଏହି ଏଲିଅନ ଅନେକ ଥର ପୃଥିବୀକୁ ମଧ୍ୟ ଆସି ସାରିଛନ୍ତି । ବିଶେଷଜ୍ଞମାନେ କିଛି ପ୍ରମାଣ ମାଧ୍ୟମରେ କହିଛନ୍ତି ଯେ ଏଲିଅନର ଅସ୍ତିତ୍ବ ଅଛି। ମଙ୍ଗଳ ଗ୍ରହରେ ଏଲିଅନ ଅଛନ୍ତି, ସେଠାରେ ଏଲିଅନର ପୁରୁଣା ଜୋତା ଦେଖିବାକୁ ମିଳୁଛି ବୋଲି ସୋସିଆଲ ମିଡିଆରେ ଏକ ଦାବି ସହ ସେୟାର କରାଯାଉଛି ।

ଏକ ରିପୋର୍ଟ ଅନୁଯାୟୀ, ୟୁଏଫଓର ଜଣେ ବିଶେଷଜ୍ଞ ଦାବି କରିଛନ୍ତି କି ତାଙ୍କ ପାଖରେ ୧୦୦ ପ୍ରତିଶତ ପ୍ରମାଣ ଅଛି କି ନାସା କିଛି ତଥ୍ୟ ଲୁଚାଉଛି। ଏହି ବିଶେଷଜ୍ଞଙ୍କ ନାମ ହେଉଛି ସ୍କଟ୍ ସି ୱାରିଙ୍ଗ୍ । ସେ ଦୀର୍ଘଦିନ ଧରି ଏଲିଅନଙ୍କ ଉପରେ ଗବେଷଣା କରୁଛନ୍ତି ।

ୱାରିଙ୍ଗ ନାସା ଦ୍ୱାରା ପ୍ରକାଶିତ ସ୍ପେସ୍ ଫଟୋରେ ଏଲିଅନର ପ୍ରମାଣ ଖୋଜିଛନ୍ତି। ସେ ଦାବି କରିଛନ୍ତି ଯେ ନାସାକୁ ମଙ୍ଗଳ ଗ୍ରହରେ ଏଲିଅନର ଜୋତା ମିଳିଛି। ନାସା ଏହି ଖବରକୁ ଲୋକଙ୍କଠାରୁ ଲୁଚାଇ ରଖିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ନାସା କାହିଁକି ଏହାକୁ ଉଲ୍ଲେଖ କରୁ ନାହିଁ?

ସମ୍ବନ୍ଧିତ ଖବର