ଭିନ୍ନ ଗ୍ରହର ପ୍ରାଣୀଙ୍କ ପାଇଁ ମଞ୍ଚ!

ଭିନ୍ନ ଗ୍ରହରେ ବାସକରୁଥିବା ମଣିଷ ଭଳି ଚତୁର ପ୍ରାଣୀ ଏକ କଳ୍ପନା ହୋଇପାରେ; ତଥାପି ଅନେକ ଏ ଭଳି ପ୍ରାଣୀଙ୍କ ଉପସ୍ଥିତିରେ ବିଶ୍ବାସ କରନ୍ତି। କାରଣ, ସେମାନେ ବ୍ୟବହାର କରୁଥିବା ‘ଉଡ଼ନ୍ତା ଥାଳିଆ’ ବା ଅନ୍ୟ ବିଚିତ୍ର ମହାକାଶଯାନ ଆଦି ପୃଥିବୀକୁ ଆସୁଥିବା ମିଥ୍ୟା ବୋଲି ବିଜ୍ଞାନୀମାନେ ଅଦ୍ୟାବଧି ପ୍ରମାଣିତ କରିପାରିନାହାନ୍ତି। ଏ ଭଳି ଅଜବ ଯାନର ଅବତରଣ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମଞ୍ଚ ବା ପ୍ଲାଟ୍‌ଫର୍ମ‌୍‌ ଅଛି। ମଞ୍ଚଟି ଉଇସ୍‌କନ୍‌ସିନ୍‌ ଅନ୍ତର୍ଗତ ପୋଲାଣ୍ତ୍‌ ସହରରେ ଅବସ୍ଥିତ। ଉଦ୍ଭଟ ବିଶ୍ବାସକୁ ନେଇ ସ୍ଥାନୀୟ ଲୋକେ ହିଁ ନିଜ ଖର୍ଚ୍ଚରେ ସେଇଟିକୁ ଗଢ଼ିଥିବା ପ୍ରକାଶ। ସେମାନଙ୍କ ବିଶ୍ବାସ ଯଦି ଭିନ୍ନ ଗ୍ରହର ଯିବ ପୋଲାଣ୍ତ୍‌ ବୁଲିବାକୁ ଆସିବେ, ନିଜର ସୁବିଧା ପାଇଁ ସେହି ମଞ୍ଚ ଉପରେ ନିଶ୍ଚିତ ଭାବେ ଓହ୍ଲାଇବେ। ଭୂମି ଉପରୁ ମଞ୍ଚଟିର ଉଚ୍ଚତା ବୟାଳିଶ ଫୁଟ୍‌ ଏବ˚ ସେଇଟି ଲୁହାରେ ଗଢ଼ା।

ସମ୍ବନ୍ଧିତ ଖବର