ନୂଆଦିଲ୍ଲୀ: ୨୦୨୦ରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସରକାର ସତର୍କ ରହିବାକୁ କହୁଛନ୍ତି। କରୋନା କଟକଣା ମାନିବା ସହ ଯେତେ ସମ୍ଭବ ଜନଗହଳିରୁ ଦୂରରେ ରହିବାକୁ କୁହାଯାଉଛି। ଏବେ ଓମିକ୍ରନ ଭାରିଆଣ୍ଟ ଆସିବା ପରେ ସାମାନ୍ୟ ଅସାବଧାନତା ପାଇଁ ଲୋକେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ହେଲେ ୬୯୦ ଦିନ କରୋନା ରୋଗୀଙ୍କ ଚିକିତ୍ସା କରି ବି ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇନଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଉଜ୍ଜୈନର କୋଭିଡ ହସ୍ପିଟାଲରେ କାମ କରୁଥିବା ଜଣେ ଡାକ୍ତର ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି। ୬୯୦ ଦିନ ପର୍ଯ୍ୟନ୍ତ କରୋନା ରୋଗୀଙ୍କ ମଧ୍ୟରେ ରହିବା ପରେ ମଧ୍ୟ ଡାକ୍ତର ରୌନକ ଏଲଚି କରୋନା ଆକ୍ରାନ୍ତ ହୋଇନାହାନ୍ତି। ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ, ଡାକ୍ତର ରୌନକ ଏଲଚିଙ୍କୁ ଟିକେ ଭୟ ଲାଗିଥିଲା ନିଶ୍ଚୟ, କିନ୍ତୁ ସେ ପଛକୁ ହଟିନଥିଲେ।
abpliveଡାକ୍ତର ରୌନକ ଏଲଚି କହିଛନ୍ତି ଯେ, ଭଗବାନଙ୍କ ଆର୍ଶୀବାଦ ପାଇଁ ମୁଁ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇନାହିଁ। ଆମ ଘରେ ଛୋଟ ପିଲାମାନେ ଥିବାରୁ ମୁଁ ସବୁବେଳେ ଭୟ କରୁଥିଲି। କିନ୍ତୁ ଆପଣାଇଥିବା କିଛି ସତର୍କତା ହେତୁ ମୁଁ କରୋନା ସଂକ୍ରମିତ ହୋଇନାହିଁ। ପ୍ରଥମ ଏବଂ ଦ୍ୱିତୀୟ ଲହରରେ ମୁଁ କୋଭିଡ ୱାର୍ଡରେ ୧୮ଘଣ୍ଟା କାମ କରୁଥିଲି। ହେଲେ ଏବେ ତୃତୀୟ ଲହରରେ ରୋଗୀଙ୍କ ସଂଖ୍ୟା କମିଥିବାରୁ ମୁଁ କମ କାମ କରୁଛି। କରୋନାର ୩ଟି ଲହର ସମୟରେ ମୁଁ ମାସ୍କ ଶରୀରରେ ପୋଷାକ ପିନ୍ଧିବା ଭଳି ପିନ୍ଧୁଥିଲି। କେବେ ବି ମାସ୍କ କାଢ଼ୁନଥିଲି। ସେଥିପାଇଁ କରୋନା ଆକ୍ରାନ୍ତ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ସ-21.jpg)