କର୍କଟ ପୀଡିତା ଶିଶୁକୁ ହସାଇବାକୁ ଡାକ୍ତର କଲେ ଜବରଦସ୍ତ ନୃତ୍ୟ

ନୂଆଦିଲ୍ଲୀ: ବ୍ରିଟେନର ଏକ ହସ୍ପିଟାଲରେ ଦୁଇଜଣ ଡାକ୍ତର ଜଣେ ପାଞ୍ଚ ବର୍ଷର କର୍କଟ ପୀଡିତା ଶିଶୁ ମୁହଁରେ ହସ ଫୁଟାଇବା ପାଇଁ  ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି।

ବିସିସିଆଇ ରିପୋର୍ଟ ମୁତାବକ, ୱେଷ୍ଟରସାୟାଲ୍ ରୟାଲ ହସ୍ପିଟାଲରେ ଡାକ୍ତରଙ୍କ ନୃତ୍ୟ ଦେଖି କର୍କଟ ରୋଗୀ ଇସୋବେଲ ଫ୍ଲେଚର ଖୁସି ହୋଇଯାଇଥିଲେ। ଡାକ୍ତର ବିୟୋନ କମଲରାଜନ୍ ଏବଂ ଏମ୍ମା ମନ୍ଦର ଇସୋବେଲଙ୍କ ଚିକିତ୍ସା ଚାଲିଥିବା କୋଠରୀରେ ରଙ୍ଗୀନ ପୋଷାକ ପିନ୍ଧି ନୃତ୍ୟ କରିଥିଲେ। ଇସାବେଲଙ୍କ ଦ୍ୱିତୀୟ ପର୍ଯ୍ୟାୟ କର୍କଟ ଚିକିତ୍ସା ଜାରି ରହିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫୁଟେଜରେ ଦେଖିବାକୁ ମିଳିଛି ଯେ, ଡାକ୍ତର ଏବଂ ନର୍ସମାନେ ତାଙ୍କ ପାଇଁ ନାଚୁଛନ୍ତି। ଆଉ ଛୋଟ ଝିଅଟି ଖୁସି ହୋଇ ଜୋରଜୋରରେ ହସିବାକୁ ଲାଗୁଛି। ଆଉ ନିଜେ ମଧ୍ୟ ଉକ୍ତ ଗୀତକୁ ଶୁଣି ଝୁମି ଝୁମି ନାଚୁଛି।

ଫେସବୁକରେ ଏହି ଭିଡିଓ ସେୟାର କରାଯିବା ପରେ ଏହାକୁ ହଜାର ଥର ଦେଖାଯାଇଥିବା ବେଳେ ୨୦୦୦ରୁ ଅଧିକ ପ୍ରତିକ୍ରିୟା ଆସିଛି।

ଏହି ଘଟଣା ପୂର୍ବରୁ ରୋଗୀଙ୍କ ମନୋରଞ୍ଜନ କରିବା, ଖୁସି କରିବା ପାଇଁ ଡାକ୍ତରମାନେ ହସ୍ପିଟାଲ ଭିତରେ ବିଭିନ୍ନ ପ୍ରକାର ଉପାୟ ଅପଣାଇ ଥିବାର ଘଟଣା ସାମ୍ନାକୁ ଆସିଛି। ସେହିପରି କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ସେମାନେ ନିଜ ରୋଗକୁ ନେଇ ନିରାଶ ହୋଇ ଯାଇଥାଆନ୍ତି।

ସେଥିପାଇଁ ଡାକ୍ତରମାନେ ପିପିଇ କିଟ ପିନ୍ଧିଥିବା ଅବସ୍ଥାରେ ରୋଗୀଙ୍କ ମନୋରଞ୍ଜନ କରିବା ପାଇଁ ନୃତ୍ୟ କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର