ଭାରତ ଗସ୍ତ ବେଳେ ଏତିକି ଟଙ୍କାର ଶସ୍ତା କୁର୍ତ୍ତା ପିନ୍ଧିଥିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ତଥା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତାଙ୍କ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଫଟୋରେ ସୁନକଙ୍କ ପତ୍ନୀ ଅକ୍ଷତା ପିନ୍ଧିଥିବା ଏକ କୁର୍ତ୍ତା ଚର୍ଚ୍ଚାର ପରିସର ଭିତରକୁ ଆସିଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ କୁର୍ତ୍ତାର ଦର ଖୁବ୍ କମ୍‌ ହୋଇଥିବାରୁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ତଥା ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ନିକଟ ଅତୀତରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥିଲେ। ଏହି ଅବସରରେ ଅକ୍ଷତା ଦିଲ୍ଲୀରେ ରହିବା ସମୟରେ ପୂରା ସମୟ ଭାରତୀୟ ପୋଷାକ ପରିଧାନ କରିଥିଲେ। ସେ ଦିଲ୍ଲୀରେ ଥିବା ଅକ୍ଷରଧାମ୍‌ ମନ୍ଦିରକୁ ଦର୍ଶନ କରିବାକୁ ଗଲା ବେଳେ ଏକ ସବୁଜ ରଂଗର କୁର୍ତ୍ତା ସହ ଗୋଲାପି ରଂଗର ପାଇଜାମା ଓ ଓଢ଼ଣା ପିନ୍ଧିଥିଲେ। ସେହି କୁର୍ତ୍ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଭାରତୀୟ ପୋଷାକ ପିନ୍ଧି ଅକ୍ଷତା ଆହୁରି ବି ଅଧିକ ସୁନ୍ଦର ଦେଖା ଯାଇଥିଲେ।

ତେବେ କୋଟି କୋଟି ଟଙ୍କାର ସଂପତ୍ତିର ମାଲିକାଣି ପିନ୍ଧିଥିଲେ ଏକ ସାଧାରଣ କୁର୍ତ୍ତା। ତାହାର ଦର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅକ୍ଷତା ମୂର୍ତ୍ତିଙ୍କର ଏହି କୁର୍ତ୍ତାର ଦର ମାତ୍ର ୧୪୯୦ ଟଙ୍କା। ଅନ୍‌ଲାଇନ୍‌ରେ ଅବିକଳ ଏହି ଧରଣର କୁର୍ତ୍ତା ଉପଲବ୍ଧ ଥିବାରୁ ଅକ୍ଷତାଙ୍କ କୁର୍ତ୍ତାର ଦର ଜାଣିବା ସହଜ ହୋଇପାରିଛି।

ବିମାନରେ ଅକ୍ଷତା ମୂର୍ତ୍ତି ସ୍ବାମୀ ସୁନକଙ୍କ ଟାଇ ବାନ୍ଧିବାଠାରୁ ଆରମ୍ଭ କରି ବର୍ଷାରେ ମନ୍ଦିରକୁ ଗଲା ସମୟରେ ଏକ ଲାଲ୍ ଛତା ତଳେ ଏକାଠି ଯିବା ପର୍ଯ୍ୟନ୍ତ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ଅବସରରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଦମ୍ପତିଙ୍କ ଫଟୋ ଖୁବ୍ ଭାଇରାଲ୍‌ ହୋଇଥିଲା। ଅବତରଣ ପୂର୍ବରୁ ସୁନକ ତାଙ୍କ ସହ ଯାତ୍ରା କରୁଥିବା ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏହା ତାଙ୍କ ପାଇଁ ଏକ ବିଶେଷ ଯାତ୍ରା।

ସମ୍ବନ୍ଧିତ ଖବର