ନୂଆଦିଲ୍ଲୀ: ବ୍ରିଟେନର ସୁରେ ସହରରେ ଏମ୍ ୨୫ ରାଜପଥରେ ଜଣେ ଯୁବତୀଙ୍କୁ ଚଳନ୍ତା କାର ଝରକାରୁ ବାହାରି ସ୍ନାପଚାଟ ଭିଡିଓ କରିବା ମହଙ୍ଗା ପଡ଼ିଛି। ଏହି ସମୟ ମଧ୍ୟରେ ତାଙ୍କର ସନ୍ତୁଳନ ବିଗିଡ଼ି ଯିବାରୁ ସେ କାରରୁ ରାସ୍ତାକୁ ଛିଟିକି ପଡ଼ିଥିଲେ।| ତେବେ ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ହେଁ ସୌଭାଗ୍ୟବଶତଃ ମହିଳା ମୃତ୍ୟୁ ମୁ୍ଖରୁ ବଞ୍ଚି ଯାଇଛନ୍ତି। ଏହି ଦୁର୍ଘଟଣାରେ ମହିଳାଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଛି। ଟୁଇଟର ଜରିଆରେ ସୁରେ ପୁଲିସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି।
ଦୁର୍ଘଟଣାର ଫଟୋ ସେୟାର କରି ଗତ ଶନିବାର ରୋଡ ପୁଲିସିଂ ୟୁନିଟ୍ ଟୁଇଟରରେ ଏକ କ୍ୟାପସନରେ ଲେଖିଛନ୍ତି, 'ଆଗ ସିଟରେ ବସିଥିବା ମହିଳା ଏମ୍ ୨୫ ରାଜପଥରେ ଚଳନ୍ତା କାରରେ ଝୁଲୁଥିବା ଅବସ୍ଥାରେ ସ୍ନାପଚାଟ ପାଇଁ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ସେ କାରରୁ ଖସିପଡିଥିଲେ। ସୌଭାଗ୍ୟବଶତଃ ମହିଳାଙ୍କ ଜୀବନ ରକ୍ଷା ପାଇଯାଇଛି।
The front seat passenger was hanging out the car whilst filming a SnapChat video along the #M25. She then fell out the car and into a live lane.
It is only by luck she wasn’t seriously injured or killed.#nowords
2846 pic.twitter.com/b7f1tPJTEb— Roads Policing Unit (RPU) - Surrey Police - UK (@SurreyRoadCops) September 19, 2020
ଏହି ପୋଷ୍ଟ ସେପ୍ଟେମ୍ବର ୧୯ କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ୯୦୦ ରୁ ଅଧିକ ଲାଇକ୍ ଏବଂ ୩୦୦ ରୁ ଅଧିକ ରି-ଟ୍ୱିଟ୍ ପାଇଛି। ଲୋକମାନେ ଉକ୍ତ ମହିଳାଙ୍କୁ କଡା ସମାଲୋଚନା କରିବା ସହ ତାଙ୍କ ବିରୋଧରେ ଦଣ୍ଡ ଦାବି କରିଛନ୍ତି।