ନୂଆଦିଲ୍ଲୀ: ଆଜିକାଲି ଲୋକେ ସମୟ ଅଭାବରୁ ବାହାରୁ ଖାଇବା ଅର୍ଡର କରୁଛନ୍ତି। ବିଶେଷ କରି ଯୁବପିଢ଼ିମାନେ କାମ ବା ପାଠପଢ଼ା ପାଇଁ ବାହାରେ ରହୁଥିବାରୁ ରୋଷେଇ ନକରି ବାହାରୁ ଖାଦ୍ୟ ଅର୍ଡର କରିଥାନ୍ତି। ସମସ୍ତେ ଫାଷ୍ଟଫୁଡ଼ ବିଶେଷ କରି କେଏଫସିରେ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ହେଲେ ଏବେ କେଏଫସିକୁ ନେଇ ଆସିଥିବା ଖବର ହୁଏତ ଆପଣଙ୍କ ସେ ଇଚ୍ଛାକୁ ମାରିଦେବ।
ଖାଦ୍ୟର ମାନ ଠିକ ରଖୁନଥିବା ନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଥିବା ବେଳେ ଏବେ କେଏଫସି ମିଲରୁ କୁକୁଡ଼ା ମୁଣ୍ଡ ବାହାରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ରିଟେନରେ ଜଣେ ମହିଳାଙ୍କ ସହ ଏଭଳି ଘଟିଥିବା ବେଳେ ସେ ଟ୍ବିଟ କରି ଏବିଷୟରେ ଜଣାଇଛନ୍ତି। କେଏଫସି ମିଲରୁ ବାହାରିଥିବା ଫ୍ରାଏଡ କୁକୁଡ଼ା ମୁଣ୍ଡର ଫଟୋ ସେ ଟ୍ବିଟ କରିଛନ୍ତି। ଏହା ସହ ସେ ନିଜର ବିରକ୍ତି ପ୍ରକାଶ କରିଛନ୍ତି। କେବଳ ସେ ନୁହନ୍ତି ଟ୍ବିଟର ବ୍ୟବହାରକାରୀ ମଧ୍ୟ ଏହି ପୋଷ୍ଟ ଦେଖିବା ପରେ କେଏଫସିକୁ ସମାଲୋଚନା କରିଛନ୍ତି।
yum yum @KFC_UKIpic.twitter.com/hnTm8urQ3x
— Takeaway Trauma (@takeawaytrauma) December 20, 2021
ଅନ୍ୟପକ୍ଷରେ ଏବିଷୟରେ ଜାଣିବା ପରେ କେଏଫସି ସ୍ପଷ୍ଟୀକରଣ ଦେଇଛି। କେଏଫସି କହିଛି ଯେ, ଏହି ପୋଷ୍ଟରୁ ସ୍ପଷ୍ଟ ହୋଇଛି ଯେ ଆମେ କୁକୁଡ଼ା ମାଂସ ବ୍ୟବହାର କରୁଛୁ। ହେଲେ ଏଭଳି ଘଟଣା ଘଟିବା ନିନ୍ଦନୀୟ। ଆମେ ଏହାର ତଦନ୍ତ କରିବୁ। ଏଭଳି ଘଟଣା କେବେ କେବେ ଘଟିଥାଏ। ହେଲେ ଏହାର ମାନେ ନୁହେଁ ଯେ ଆମ ଖାଦ୍ୟର ମାନ ଖରାପ। ଆଶା କରୁଛୁ ଆମକୁ ୨ଟି ଷ୍ଟାର ଦେଇଥିବା ମହିଳାଜଣକ ଆଗକୁ ଆମ ଉପରେ ଖୁସି ହୋଇ ୫ଟି ଷ୍ଟାର ଦେବେ।