ୟୁକ୍ରେନର ଭାଗ୍ୟ ଏବେ ଭାରତ ହାତରେ: ୟୁକ୍ରେନୀୟ ସାଂସଦ

ନୂଆଦିଲ୍ଲୀ: ୟୁକ୍ରେନର ଭାଗ୍ୟ ଭାରତ ହାତରେ। ଆଜି ୟୁକ୍ରେନର ଜଣେ ସାଂସଦ ଏଭଳି କଥା କହିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧକୁ ୧୪ଦିନ ବିତିଥିଲେ ବି ଏହାର ସମାଧାନର ବାଟ ବାହାରିପାରିନାହିଁ। ପୂର୍ବରୁ ୟୁକ୍ରେନର ସେଭେରୋଡୋନେଷ୍କରେ ରୁଷ ସେନା ଆକ୍ରମଣ କରିଥିବା ବେଳେ ଏବେ ପୁଣି ଥରେ ସୁମି ଉପରେ ଆକ୍ରମଣ କରିଛି ରୁ‌ଷ। ସୁମି ଉପରେ ରୁଷ ଏୟାରଷ୍ଟ୍ରାଇକ କରିବାରୁ ପ୍ରାୟ ୨୨ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରୁଷ ସୁମିର ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିଥିବା ବେଳେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ  ୟୁକ୍ରେନର ପୂର୍ବ ସହର ସେଭେରୋଡୋନେଷ୍କରେ ରୁଷର ସେନା ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ଏମଧ୍ୟରେ ୟୁକ୍ରେନର ସାଂସଦ ୟୁରାଶ କହିଛନ୍ତି ଯେ, ଭାରତ ସେହି ଦେଶମାନଙ୍କ ମଧ୍ୟରୁ ଜଣେ, ଯିଏ ୟୁକ୍ରେନର ଭାଗ୍ୟ ନିର୍ଣ୍ଣୟ କରିବ। ରୁଷ ସହ ଭଲ ସଂପର୍କ ଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ରାଷ୍ଟ୍ରପତିଙ୍କ ସହ କଥା ହେଲେ। ଭାରତର ଏହି ମାନବିକ ପଦକ୍ଷେପ ପାଇଁ ଆମେ କୃତଜ୍ଞ।

ସମ୍ବନ୍ଧିତ ଖବର