କିବ୍: ୟୁକ୍ରେନ୍ର ଜଣେ ଯୁବକ ଓ ଯୁବତୀଙ୍କ ପ୍ରଥମ ସାକ୍ଷାତ ୨୦୧୫ ମସିହାରେ ଏକ ଯୁଦ୍ଧ ସମୟରେ ଡୋନବାସରେ ହୋଇଥିଲା। ତାପରେ ସେମାନେ ଦୁହେଁ ଅଲଗା ହୋଇ ଯାଇଥିଲେ। ଆଉ ପରସ୍ପରଙ୍କୁ କେବେ ଭେଟିନଥିଲେ। ସଂଯୋଗକୁ ପୁଣି ଥରେ ଏହି ଦୁଇ ଜଣ ପରସ୍ପରଙ୍କୁ ଯୁଦ୍ଧ କାଳରେ ହିଁ ଭେଟିଛନ୍ତି। ମାତ୍ର ଏବେ ସେମାନେ କାଳବିଳମ୍ବ ନକରି ପୁଣି ଥରେ ଅଲଗା ହେବା ପୂର୍ବରୁ ବିବାହ କରି ଦେଇଛନ୍ତି।
ଏହି ଦମ୍ପତିଙ୍କ କହିବା କଥା ହେଲା, ଆଗକୁ ସମୟ ଆହୁରି କଠିନ ହେବ। ଏହି କାରଣରୁ ସେମାନେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ତେବେ, ସୁରକ୍ଷା କାରଣରୁ ଏହି ଦମ୍ପତିଙ୍କ ନାଁ ସର୍ବସାଧାରଣ କରାଯାଇ ନାହିଁ।
www.aajtak.inଖାସ୍ କଥା ହେଉଛି, ପତି-ପତ୍ନୀ ୨ ଜଣ ଯାକ ୟୁକ୍ରେନ୍ ସେନାରେ ଅଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରୁଷ୍ ସେନାକୁ ସାମ୍ନା କରିବା ପୂର୍ବରୁ ସେ ଦୁହେଁ ଏହି ବିବାହ ନିଷ୍ପତ୍ତି ନେଇଛନ୍ତି।
ତେବେ, ସେମାନଙ୍କ ବିବାହ କିବ୍ ନିକଟରେ ଥିବା ବ୍ରୋବରିର ଏକ ହସ୍ପିଟାଲ୍ରେ ହୋଇଛି। ୭ ବର୍ଷ ପୂର୍ବେ ଡୋନାବସ୍ରେ ତାଙ୍କର ପ୍ରଥମ ସାକ୍ଷାତ୍ ଥିଲା। ମାତ୍ର ସେମାନଙ୍କ ସଂପର୍କ ଗଢ଼ିଉଠିଛି ଚଳିତବଷ, ଯେଉଁ ସମୟରେ ପ୍ରଥମେ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Soilders-Marry-During-War_Thumbnail.jpg)