ନୂଆଦିଲ୍ଲୀ: ତ୍ରିପୁରାର ରାଜଧାନୀ ଅଗରତଲା ନିକଟରେ ଏକ ରହସ୍ୟମୟ ମନ୍ଦିର ରହିଛି। ଏହି ମନ୍ଦିରର ରହସ୍ୟ ଉପରୁ ଏଯାବତ ବୈଜ୍ଞାନିକମାନେ ପରଦା ଉଠାଇ ପାରି ନାହାନ୍ତି। ଏହି ମନ୍ଦିରର ନାମ ଉନାକୋଟି ରଖାଯାଇଛି। କାରଣ ଏହି ମନ୍ଦିରରେ ଏକ କୋଟିରୁ ଗୋଟିଏ କମ ମୂର୍ତ୍ତୀ ରହିଛି।
ଏହି ମନ୍ଦିରଟି ଅତ୍ୟନ୍ତ ସ୍ୱତନ୍ତ୍ର । ଉନାକୋଟି ମନ୍ଦିର ଅଗରତଲା ଠାରୁ ପ୍ରାୟ ୧୪୫ କିଲୋମିଟର ଦୂରରେ ଅବସ୍ଥିତ । ଆଜି ପର୍ଯ୍ୟନ୍ତ ମନ୍ଦିରରେ ଥିବା ୯୯ ଲକ୍ଷ ୯୯ ହଜାର ୯୯୯ ପଥର ମୂର୍ତ୍ତିର ରହସ୍ୟର ସମାଧାନ ହୋଇ ପାରିନାହିଁ। ଏ ଯାଏଁ ଜଣା ପଡ଼ିନାହିଁ କି ଏହି ମୂର୍ତ୍ତିଗୁଡ଼ିକ କେବେ ତିଆରି ହୋଇଥିଲା।
ଏହି ମନ୍ଦିର ସହିତ ଜଡ଼ିତ ଅନେକ ପୌରାଣିକ କାହାଣୀ ରହିଛି। ପୌରାଣିକ କଥା ଅନୁସାରେ, ଥରେ ପ୍ରଭୁ ଶଙ୍କରଙ୍କ ସମେତ ଏକ କୋଟି ଦେବା-ଦେବୀ କୌଣସି ଏକ ସ୍ଥାନକୁ ଯାଉଥିଲେ। ଏହି ସମୟରେ, ଏଠାରେ ରାତି ହୋଇଯିବା ହେତୁ ସମସ୍ତେ ଉନାକୋଟିରେ ବିଶ୍ରାମ ନେଇଥିଲେ। ତେବେ ବିଶ୍ରାମ ନେବା ପୂର୍ବରୁ ଭଗବାନ ଶିବ ସମସ୍ତ ଦେବା-ଦେବୀଙ୍କୁ କହିଥିଲେ ଯେ ସୂର୍ଯ୍ୟୋଦୟ ପୂର୍ବରୁ ଏହି ସ୍ଥାନ ଛାଡି ଦିଆଯିବ। କିନ୍ତୁ ସୂର୍ଯ୍ୟୋଦୟ ସମୟରେ କେବଳ ଭଗବାନ ଶିବ ହିଁ ଉଠିଥିଲେ। ଅନ୍ୟ ସମସ୍ତ ଦେବତା ଶୋଇ ରହିଥିଲେ। ଏହାଦେଖି ଭଗବାନ ଶିବ କ୍ରୋଧିତ ହୋଇଯାଇଥିଲେ। ଆଉ ସମସ୍ତ ଦେବା-ଦେବୀଙ୍କୁ ଅଭିଶାପ ଦେଇ ପଥର କରି ଦେଇଥିଲେ।
ଏହି ମନ୍ଦିର ବିଷୟରେ ଆଉ ଏକ କିମ୍ବଦନ୍ତୀ ଶୁଣାଯାଏ । କାଲୁ ନାମକ ଜଣେ କାରିଗର ପ୍ରଭୁ ଶଙ୍କର ଏବଂ ମାତା ପାର୍ବତୀଙ୍କ ସହ କୌଳାଶ ପର୍ବତକୁ ଯିବାକୁ ଚାହୁଁଥିଲେ । କାରିଗରଙ୍କ ଜିଦ୍ ଯୋଗୁଁ ପ୍ରଭୁ ଶିବ ତାଙ୍କୁ ରାତାରାତି ଏକ କୋଟି ଦେବା ଏବଂ ଦେବୀଙ୍କ ମୂର୍ତ୍ତି ତିଆରି କରିବାକୁ କହିଥିଲେ। କାରିଗର ରାତିସାରା ମୂର୍ତ୍ତି ତିଆରି କରିବାରେ ଲାଗିଲେ, କିନ୍ତୁ ସକାଳେ ଏକକୋଟିରୁ ଗୋଟିଏ ପ୍ରତିମା କମ୍ ରହିଥିଲା। ଏହି କାରଣରୁ ଭଗବାନ ଶିବ ସେହି କାରିଗରଙ୍କୁ ସାଙ୍ଗରେ ନେଇ ନଥିଲେ। ଉନାକୋଟି ମନ୍ଦିର ଏକ ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ । ଏହାର ଚାରିପାଖରେ ଘନ ଜଙ୍ଗଲ ଅଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/e062cc03-7b90-42c3-ad6e-689c6d1cce34.jpg)