ନୂଆଦିଲ୍ଲୀ: ଗୋଟାଏ ବର୍ଷକର ଶିଶୁ ମସ୍ତିଷ୍କରୁ ଯାଆଁଳା ଭ୍ରୂଣ ବାହାର କରିଥିବା କଥା ଚୀନ୍ର ଡାକ୍ତରମାନେ କହିଛନ୍ତି। ‘ନ୍ୟୁରୋଲୋଜି’ ପତ୍ରିକାରେ ଏହି ଡାକ୍ତରୀ ମାମଲାର ଅଧ୍ୟୟନ ମଧ୍ୟ ପ୍ରକାଶ ପାଇଛି।
ମୁଣ୍ଡ ବଡ଼ ହୋଇଯିବା ସହିତ କେତେକ କାର୍ଯ୍ୟକଳାପ ପାଇଁ ପିଲାଟିର ମାଂସପେଶୀ କାର୍ଯ୍ୟ ନ କରିବାରୁ ତାକୁ ଡାକ୍ତରଙ୍କ ପାଖକୁ ଅଣାଯାଇଥିଲା। ତା’ର ମୁଣ୍ଡ ସ୍କାନ୍ କରାଯିବା ପରେ ଜଣାପଡ଼ିଲା ଯେ, ତା’ର ମସ୍ତିଷ୍କ ଭିତରେ ଜନ୍ମି ନ ଥିବା ଯାଆଁଳା ଭ୍ରୂଣ ରହିଛି। ଏହାଛଡ଼ା, ସେ ଭ୍ରୂଣ ଦୁଇଟିରେ ଶରୀରର ଉପର ଅଙ୍ଗପ୍ରତ୍ୟଙ୍କ ବିକଶିତ ହେବା ସହିତ ହାଡ଼ ଓ ଆଙ୍ଗୁଠି ଭଳି କଢ଼ି ସବୁ ଗଜୁରି ଥିଲା।
Image Courtesy of India Todayଉକ୍ତ ଭ୍ରୂଣ ଦୁଇଟିର ଗୁଣସୂତ୍ର କ୍ରମ ନିରୂପଣ କରିବା ପରେ ଜଣାପଡ଼ିଲା ଯେ, ସେ ଭ୍ରୂଣ ଅବସ୍ଥାରେ ଥିବା ପିଲା ଦୁଇଟି ମଧ୍ୟ ଏହି ପିଲାର ଯମଜ। ଡାକ୍ତରୀ ଭାଷାରେ ‘ଫେଟସ୍-ଇନ୍-ଫେଟୁ’ ଅବସ୍ଥାରେ ଏଭଳି ଘଟିଥାଏ। ସାଧାରଣରେ ଏହାକୁ ଗୋଟିଏ ପିଲାର ଭ୍ରୂଣରେ ଆଉ ଏକ ଭ୍ରୂଣ ପରି ଦିଶୁଥିବା ମାସଂ ଟିସ୍ୟୁ ଜମିବା କହନ୍ତି।
ସମଗ୍ର ବିଶ୍ବରେ ଏଭଳି ଘଟଣା ୧୦ ଲକ୍ଷ ଶିଶୁଙ୍କ ମଧ୍ୟରେ ଜଣକ ଠାରେ ଦେଖାଯାଇଥାଏ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ରାଞ୍ଚିର ଡାକ୍ତରମାନେ ଗୋଟାଏ ୨୧ ଦିନର କୋଳଛୁଆ ପେଟରୁ ୮ଟି ଭ୍ରୂଣ କାଢ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/finf.jpg)