ଅହମ୍ମଦାବାଦ୍: ଅହମ୍ମଦାବାଦରେ ପ୍ରଥମ କରୋନା ଆକ୍ରାନ୍ତ ଗତ ସପ୍ତାହରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ମାର୍ଚ ୧୭ ତାରିଖରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ୩୨ ଦିନ ସେଠାରେ ରହି ସୁସ୍ଥ ହୋଇ ନିଜ ଘରକୁ ଫେରିଥିବାର ସୂଚନା ରହିଛି।
ସୂଚନା ରହିଛି ଯେ, ସେ ନ୍ୟୁୟର୍କରେ ଥିବା ବେଳେ ଏହି ମହାମାରୀ ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ମାର୍ଚ ୧୩ ତାରିଖରେ ସେ ଆମେରିକାରୁ ଭାରତ ଆସିଥିଲେ। ସେ ଅହମ୍ମଦାବାଦ୍ରେ ମାର୍ଚ ୧୪ ତାରିଖରେ ପହଞ୍ଚିବା ପରେ ୧୬ ତାରିଖରେ ତାଙ୍କ ଭିତରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା।
ଅନୁମାନ କରାଯାଉଛି ଯେ ତାଙ୍କ ଭିତରେ କରୋନା ଲକ୍ଷଣ ଦେଖାଯିବାର ୭ ରୁ ୧୪ ଦିନ ପୂର୍ବରୁ ସେ ହୁଏତ କରୋନା ଭାଇରସ୍ ସଂସ୍ପର୍ଶରେ ଆସିଥିଲେ। ଏଥିରୁ ସ୍ପଷ୍ଟ ଯେ ମହାମାରୀ କରୋନା ଭାଇରସ୍କୁ ଜିଣି ନିଜକୁ ପୂରାପୂରି ଭାବେ ସୁସ୍ଥ କରିବାକୁ ତାଙ୍କୁ ପ୍ରାୟ ୩୯ ଦିନ ଲାଗିଯାଇଛି।
/sambad/media/post_attachments/0a829763924c00b5c1926cf35a2b27935696c1b9a84d2bfb5c25a2fa749d6057.jpg)
ଆପଣ ଜାଣିଥିବେ ଯେ ଭାରତରେ ଥିବା ପ୍ରୋଟୋକଲ୍ ଅନୁସାରେ ଜଣେ ଆକ୍ରାନ୍ତଙ୍କୁ ସୁସ୍ଥ ହେବାର ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନ୍ରେ ରଖାଯାଏ। ତା’ପରେ ଯାଇ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଏ।
ସୁସ୍ଥ ହେବା ପରେ ତାଙ୍କ ଭିତରେ ୩ ଦିନ ପର୍ଯ୍ୟନ୍ତ କରୋନା ନେଗେଟିଭ୍ ଆସିବା ପରେ ଯାଇ ତାଙ୍କୁ ହସ୍ପିଟାଲ୍ରୁ ଘରକୁ ଛଡ଼ାଯାଏ। ଖାଲି ସେତିକି ନୁହେଁ, ୨୪ ଘଣ୍ଟା ଭିତରେ ୨ ଥର ସେମାନଙ୍କର ନମୁନା ପରୀକ୍ଷା କରାଯାଏ।