ଅବିସ୍ମରଣୀୟ ଦିଲୀପ: ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନରେ ଏକମାତ୍ର ଭାରତୀୟ

ପ୍ରସିଦ୍ଧ ଫିଲ୍ମଫେୟାର ପୁରସ୍କାର ୧୯୫୪ରେ ଆରମ୍ଭ ହୋଇଥିବା ବ‌େଳେ ପ୍ରଥମ ତାରକା ଭାବେ ଏହି ସମ୍ମାନ ଗ୍ରହଣ କରିଥିଲେ ଦିଲ୍ଲୀପ। ଫିଲ୍ମ ‘ଦାଗ୍‌’ରେ ‌ଶ୍ରେଷ୍ଠ ଅଭିନୟ ପାଇଁ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ହାତେଇଥିଲେ। ସେ ୮ଥର ଏହି ପୁରସ୍କାର ଗ୍ରହଣ କରିଥିଲେ। ୧୯୫୫ରୁ ୧୯୫୭ ମଧ୍ୟରେ ଲଗାତାର ୩ ବର୍ଷ ଧରି ଆଜାଦ୍‌, ଦେବଦାସ ଓ ନୟା ଦୌର୍‌ ପାଇଁ ସେ ହାଟ୍ରିକ୍‌ ପୁରସ୍କାର ଅର୍ଜନ କରିଥିଲେ। ତେବେ ତାଙ୍କ ପୁରସ୍କାର ତାଲିକା ଏତିକିରେ ସୀମିତ ନଥିଲା। ପାକିସ୍ତାନରେ ମଧ୍ୟ ସେ ଥିଲେ ଲୋକପ୍ରିୟ। ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶାନ ଇ ଇମ୍‌ତିଆଜ’ ୧୯୯୮ରେ ଗ୍ରହଣ କରିଥିଲେ। ଏନେଇ ବିବାଦ ଉପୁଜିଥିଲେ ହେଁ ଶେଷ‌ରେ ଏହି ପୁରସ୍କାର ଗ୍ରହଣ କରିଥିଲେ ଦିଲ୍ଲୀପ। ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବାରେ ଦିଲ୍ଲୀପ ଥିଲେ ଜଣେ ମାତ୍ର ଭାରତୀୟ।

Asianet News Hindi

ସର୍ବାଧିକ ପୁରସ୍କାର ପାଇବାରେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ
ଭାରତୀୟ ଅଭିନେତାମାନଙ୍କ ମଧ୍ୟରେ ସର୍ବାଧିକ ପୁରସ୍କାର ପାଇବାରେ ‘ ଗିନିଜ୍‌ ୱାର୍ଲ୍ଡ ରେକର୍ଡ’ ହାସଲ କରିଥିଲେ ଦିଲ୍ଲୀପ କୁମାର। ସେ ୮ଟି ଫିଲ୍ମ ଫେୟାର ଆୱାର୍ଡ ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ଏଥିସହ ଦାଦା ସାହେବ ଫାଲ୍‌କେ ସମ୍ମାନ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଓ ପାକିସ୍ଥାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ନିସାନ-ଇ-ଇମ୍‌ତିଆଜ୍’ ଆଦି ସମ୍ମାନରେ ସେ ସମ୍ମାନିତ ହୋଇଥିଲେ।

Navbharat Times

ଲତାଙ୍କ ସହ ସେମି କ୍ଲାସିକାଲ ସଙ୍ଗୀତ ଗାଇଥିଲେ
ଦିଲୀପ କୁମାର ୧୯୫୭ ମସିହାର ଚଳଚ୍ଚିତ୍ର ‘ମୁସାଫିର’ରେ କଣ୍ଠଦାନ କରିଛନ୍ତି। ଚଳଚ୍ଚିତ୍ର ‘କରମା’ରେ ମଧ୍ୟ ଗୋଟିଏ ଗୀତର ପ୍ରଥମାଂଶରେ ତାଙ୍କର ସ୍ବର ରହିଛି। ମୁସାଫିର ଚଳଚ୍ଚିତ୍ରରେ ଲତା ମଙ୍ଗେସକରଙ୍କ ସହ ଗାଇଥିବା ଗୀତ ‘ଲାଗି ନହିଁ ଛୁଟେ, ଚାହେ ଜିୟା ଜାୟେ’ ହେଉଛି ଗୋଟେ ସେମି କ୍ଲାସିକାଲ୍ ଗୀତ। ଏହା ଶୁଣିଲେ କେହି ବିଶ୍ବାସ କରିବନି ଯେ ତାହା ଦିଲୀପଙ୍କ ଗୀତ। ତେବେ ଅଭିନୟକୁ ଗୁରୁତ୍ବ ଦେଇ ଗୀତ ଗାଇବା ଦିଗରେ ଦିଲୀପ ଆଉ ବିଶେଷ ଧ୍ୟାନ ଦେଇ ନ ଥିଲେ।

Free Press Journal

ଦିଲ୍ଲୀପ କୁମାରଙ୍କ ଶ୍ରେଷ୍ଠ ଫିଲ୍ମ ‘ମୋଗ୍‌ଲେ ଆଜମ୍‌’
ଐତିହାସିକ ପ୍ରେମ କାହାଣୀ ଉପରେ ଆଧାରିତ ‘ମୋଗ୍‌ଲେ ଆଜମ୍’ (୧୯୬୦) ଚଳଚ୍ଚିତ୍ରକୁ ଦିଲ୍ଲୀପ କୁମାରଙ୍କ ଶ୍ରେଷ୍ଠ ଫିଲ୍ମ ବୋଲି କୁହାଯାଏ। ୧୯୭୧ ମସିହା ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ଦର୍ଶକମାନଙ୍କର ସବୁଠୁ ଅଧିକ ପସନ୍ଦର ସିନେମା ହୋଇ ରହିଥିଲା। ସେତେବେଳେ ଏହି ଚଳଚ୍ଚିତ୍ର ଯେତିକି ବ୍ୟବସାୟିକ ସଫଳତା ହାସଲ କରିଥିଲା ତାହା ୨୦୧୫ ମସିହାର ବଜାର ସ୍ଥିତିକୁ ଦେଖିଲେ ୨୦୦୦ କୋଟିରୁ ଅଧିକ ଟଙ୍କା ଉପାର୍ଜନ କରିଥିବା ଚଳଚ୍ଚିତ୍ର। ଅର୍ଥାତ ଆଜି ପର୍ଯ୍ୟନ୍ତର ଏକ ରେକର୍ଡ। ଏଥିରେ ରାଜକୁମାର ସଲିମ୍ ଭୂମିକାରେ ଦିଲୀପ କୁମାରଙ୍କ ନିଖୁଣ ଅଭିନୟ ଭାବଗର୍ଭକ ଓ ଚିତ୍ତାକର୍ଷକ। ସଲିମ୍‌ଙ୍କ ପ୍ରେମିକା ଅନାରକଲି ଚରିତ୍ରରେ ଅଭିନୟ କରିଥିଲେ ମଧୁବାଳା। ମଧୁବାଳାଙ୍କୁ ସତସତିକା ପସନ୍ଦ କରୁଥିଲେ ଦିଲ୍ଲୀପ କୁମାର, କିନ୍ତୁ ସେଥିରେ ସେ ସଫଳ ହୋଇ ନ ଥିଲେ। ମୋଗଲେ ଆଜମ୍‌ର ମୂଳ ସଂସ୍କରଣରେ ଖୁବ୍ କମ୍ ରଙ୍ଗିନ ଦୃଶ୍ୟ ଥିଲା ଏବଂ ଅଧିକାଂଶ କଳାଧଳା ଦୃଶ୍ୟ ରହିଥିଲା। ୪୪ ବ‌ର୍ଷ ପରେ ୨୦୦୪ରେ ଏହାକୁ ସମ୍ପୂର୍ଣ୍ଣ ରଙ୍ଗିନ କରାଯାଇ ଆଉ ଥରେ ରିଲିଜ୍ କରାଯାଇଛି। ଏଥିରୁ ଏହି ସିନେମାର ଲୋକପ୍ରିୟତା ଏବେ ମଧ୍ୟ ଅତୁଟ ରହିଥିବାର ଜଣାପଡ଼େ।

ସମ୍ବନ୍ଧିତ ଖବର