ଦୁନିଆରେ ଅନେକ ଅଭୁତ ପ୍ରକାରର ମନୁଷ୍ୟ ଦେଖିବାକୁ ମିଳିଥାନ୍ତି। ସାଧାରଣ ଲୋକଙ୍କୁ ଗୋଟେ ଦିନ ନ ଗାଧେଇଲେ ଅପରିଷ୍କାର ଲାଗିଥାଏ। ତେବେ ବର୍ତ୍ତମାନ ଇରାନର ଜଣେ ୮୦ ବର୍ଷର ବ୍ୟକ୍ତିଙ୍କ ଘଟଣା ସମ୍ନାକୁ ଆସିଛି । ଏହି ବ୍ୟକ୍ତିଜଣକ ଆଜିକୁ ୬୦ ବର୍ଷ ହେଲା ନିଜ ଶରୀରରେ ପାଣିର ବୁନ୍ଦା ମଧ୍ୟ ପକାଇ ନାହାନ୍ତି । ତାଙ୍କୁ ଗାଧେଇବା, ଭଲ ଖାଦ୍ୟ ଖାଇବା ରହିବା ପସନ୍ଦ ନୁହଁ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ ।

Advertisment

publive-image

ଇରାନରେ ରହୁଥିବା ଅମୁ ହାଜୀ ନାମକ ଜଣେ ୮୦ ବର୍ଷର ବ୍ୟକ୍ତି ଦୀର୍ଘ ୬୦ ବର୍ଷ ହେବ ନିଜ ଶରୀରରେ ପାଣିର ଏକ ବୁନ୍ଦା ବି ପକାଇ ନାହାନ୍ତି । ପ୍ରକୃତରେ ହାଜୀଙ୍କୁ ପାଣିକୁ ବହୁତ ଡ଼ର ଲାଗିଥାଏ । ଏପରିକି ଯହି ଭୁଲରେ ମଧ୍ୟ କିଏ ତାଙ୍କ ଉପରେ ପାଣି ପକାଇ ଦେଇଥାନ୍ତି ସାଙ୍ଗେ ସାଙ୍ଗେ ସେ ଅସୁସ୍ଥ ହୋଇ ଯାଇଥାନ୍ତି । ତାଙ୍କ ଆଖପାଖର ଲୋକ ଅନେକ ଥର ତାଙ୍କୁ ଗାଧୋଇବା ପାଇଁ ଚେଷ୍ଟା କରି ବିଫଳ ହୋଇସାରିଛନ୍ତି । ହାଜୀଙ୍କୁ ଖାଲି ଯେ ଗାଧୋଇବା ନୁହଁ ବରଂ ଭଲ ଖାଦ୍ୟ ଖାଇବା ମଧ୍ୟ ପସନ୍ଦ ନୁହଁ। ସେ ସବୁବେଳେ ପଚା ମାଂସ ଖାଇବା ପାଇଁ ପସନ୍ଦ କରନ୍ତି ।

publive-image

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହାକି ହାଜୀଙ୍କୁ ଖାଇବାପିଇବା ଏବଂ ଅନ୍ୟ ସମସ୍ତ କାର୍ଯ୍ୟରେ ସଫାସୁତୁରା ରହିବା ବିଲକୁଲ ପସନ୍ଦ ନୁହଁ । ସେ ପଚାସଢ଼ା ମାଂସ ଖାଇବା ସହ ତେଲ ରଖିବା ଟ୍ୟାଙ୍କରେ ପିଇବା ପାଣି ପିଇଥାନ୍ତି । ହାଜୀ ଖାଲି ଏବଂ ସୁଖଦ ସମୟରେ ସିଗାର ପିଇବାକୁ ପସନ୍ଦ କରିଥାନ୍ତି । ସେ ଲୋକଙ୍କ ପୁରୁଣା କବରରେ ଶେଇବା ପାଇଁ ପସନ୍ଦ କରିଥାନ୍ତି ।