ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଯେତିକି ଭଲ ସେତିକି ମନ୍ଦ ବୋଲି କୁହାଯାଏ। କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବାଗେଲଙ୍କ ସହ ଏମିତି ଏକ ଘଟଣା ଘଟିଛି। ସେ ପୁଅ ଏମବିବିଏସ୍ ଅଧ୍ୟୟନ ସମାପ୍ତ କରିବା ପରେ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ। ଏହାକୁ ନେଇ ତାଙ୍କ ଝିଅ ସୋସିଆଲ ମିଡିଆରେ ବାପାଙ୍କୁ ଏକ ପ୍ରଶ୍ନ କରିଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, କେନ୍ଦ୍ରମନ୍ତ୍ରୀ ଏସପି ସିଂ ବାଗେଲ କହିଥିଲେ ଯେ ତାଙ୍କ ପୁଅ ପାର୍ଥ ସର୍ବଦା ଅଭିଯୋଗ କରୁଥିଲେ ଯେ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଛୋଟ ଛୋଟ ଜିନିଷକୁ ନେଇ ପୋଷ୍ଟ କରନ୍ତି। କିନ୍ତୁ ପୁଅ ଏତେ ବଡ ସଫଳତା ହାସଲ କରିବା ପରେ ତାହାକୁ ନେଇ କୌଣସି ପୋଷ୍ଟ କାହିଁକି କରି ନଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରୀ ଫେସବୁକରେ ପୋଷ୍ଟ କରି ଲେଖିଥିଲେ, 'ଜଣେ ବାପା ଭାବରେ, ପିଲାଙ୍କୁ ସଫଳ ହେବା ଦେଖିବା, ଅତ୍ୟନ୍ତ ଆନନ୍ଦଦାୟକ ଅନୁଭୂତି ଅଟେ। ଏମବିବିଏସ୍ ସମାପ୍ତ କରିବା ପରେ ପାର୍ଥ ବାଗେଲ ଆଜି ଡାକ୍ତର ପାର୍ଥ ବାଗେଲ ହୋଇଯାଇଛନ୍ତି।
ଯଦିଓ ମୁଁ ମଧ୍ୟ ଜୀବବିଜ୍ଞାନର ଛାତ୍ର ଥିଲି କିନ୍ତୁ ଏମବିବିଏସ୍ ପାଇଁ ମନୋନୀତ ହୋଇ ପାରି ନଥିଲି। ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା । ପ୍ରତ୍ୟେକ ପିତା ଦେଖିଥିବା ସ୍ବପ୍ନ ଯଦି ନିଜ ଜୀବନରେ ପୂରା କରି ପାରି ନଥାଆନ୍ତି ତାହାକୁ ଯଦି ତାଙ୍କ ପୁଅ / ଝିଅ ପୂରା କରନ୍ତି ତାହାଠାରୁ ଅଧିକ ଖୁସି କ’ଣ ବା ହୋଇପାରେ। ପାର୍ଥ ମୋର ଏହି ସ୍ୱପ୍ନକୁ ମଧ୍ୟ ପୂରଣ କରିଛନ୍ତି।’
କେନ୍ଦ୍ର ମନ୍ତ୍ରୀ ଏହି ପୋଷ୍ଟ ସେୟାର କରିବା ମାତ୍ରେ ତାଙ୍କ ଝିଅ ତାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ ଯେ ଏହା ଏକ ମଜାଦାର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଝିଅ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି, ତାଙ୍କ ପାଖରେ ଉଭୟ ଏମବିବିଏସ୍ ଏବଂ ଏମଏସ ଡିଗ୍ରି ରହିଛି। ଏହାକୁ ନେଇ ସେ କାହିଁକି ଖୁସି ଜାହିର କରି ନାହାନ୍ତି।
ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି କି କେନ୍ଦ୍ର ମନ୍ତ୍ରୀ ବାଗେଲଙ୍କ ଝିଅ ମଧ୍ୟ ଜଣେ ଡାକ୍ତର।