ବିରଳ ଉଦାହରଣ: ୪୨ ବର୍ଷୀୟା ମହିଳାଙ୍କ ଶରୀରରେ ଲାଗିଲା ୨୦ ବର୍ଷିଅ ଯୁବକଙ୍କ ହୃତ୍‌ପିଣ୍ଡ!

ଅହମ୍ମଦାବାଦ୍‌: ସବୁ ଦାନ ଭିତରୁ ସାର ଅଙ୍ଗଦାନ। ଦିନକୁ ଦିନ ଏହାର ଗୁରୁତ୍ୱ ବୁଝିବା ପରେ ଅନେକ ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ତାଙ୍କ ଅଙ୍ଗଦାନ କରିବାର ନିଷ୍ପତ୍ତି ନେଇଥାନ୍ତି। ଫଳରେ ସେମାନଙ୍କ ହେହାନ୍ତ ପରେ ସେମାନଙ୍କ ଆବଶ୍ୟକୀୟ ଅଙ୍ଗକୁ ଅନ୍ୟ ଜଣଙ୍କ ଦେହରେ ଲଗାଯାଇଥାଏ। ଏହି ଅଙ୍ଗଦାନ ମଧ୍ୟରେ ମୁଖ୍ୟତଃ ଆଖି, ହୃତ୍‌ପିଣ୍ଡ, କିଡନି ଆଦି ଅନ୍ୟତମ। ମାତ୍ର ଅହମ୍ମଦାବାଦର ଜଣେ ଯୁବକ ନିଜ ହୃତ୍‌ପିଣ୍ଡ ଦାନ କରି ଏବେ ବେଶ୍‌ ଚର୍ଚ୍ଚାରେ। ଯୁବକ ଜଣକ ତାଙ୍କ ହୃତ୍‌ପିଣ୍ଡ ଦାନ କରି ଜଣେ ୪୨ ବର୍ଷୀୟା ମହିଳାଙ୍କ ଜୀବନ ବଞ୍ଚାଇଥିବା ଜାଣିବାକୁ ମିଳିଛି।

ଯୁବକଙ୍କର ଏହି ଦୁର୍ଲଭ ଦାନ ଗ୍ରହଣ କରିଥିବା ମହିଳା ଜଣକ ହେଉଛନ୍ତି ସୁରଟର ରେଖା ନବଦିଆ। ସେ ପ୍ରାୟ ୧୦ ବର୍ଷ ହେବ ହୃତ୍‌ପିଣ୍ଡ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ସସସ୍ୟା ହେଉଛି ଦିନକୁ ଦିନ ହୃତ୍‌ପିଣ୍ଡ ଦୁର୍ବଳ ହୋଇପଡ଼ିବା ଏବଂ ଆବଶ୍ୟକ ପରିମାଣର ରକ୍ତ ସୃଷ୍ଟି ନ ହେବା। ଫଳରେ ଧୀରେ ଧୀରେ ମହିଳା ଜଣକ ରୋଗୀଣୀ ହେବାକୁ ଲାଗିଲେ। ଜାଣିବାକୁ ମିଳିଛି ଯେ ଏପରି ସମସ୍ୟା ସୃଷ୍ଟି ହେବା ପରଠାରୁ ମହିଳାଙ୍କ ହୃତ୍‌ପିଣ୍ଡ ପ୍ରାୟ୧୫-୨୦ ପ୍ରତିଶତ ଦୁର୍ବଳ ହୋଇ ସାରିଥିଲା। ଏହି ପରିସ୍ଥିତିରେ ଡାକ୍ତର ଧିରେନ ଶାହା ମତ ଦେଇଥିଲେ ଯେ କେବଳ ଏକ ନୂଆ ହୃତ୍‌ପିଣ୍ଡ ମହିଳାଙ୍କ ଦେହରେ ଲାଗିବା ଦ୍ୱାରା ହିଁ ତାଙ୍କୁ ବଞ୍ଚାଯାଇ ପାରିବ।

ପୂର୍ବରୁ ଅନେକ ଅଙ୍ଗ ଦାନ ଖବର ପ୍ରକାଶ ପାଇଥିଲେ ବି ଏହି ହୃତ୍‌ପିଣ୍ଡ ଦାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସେ ଯୁବକଜଣକ ଅହମ୍ମଦାବାଦ୍‌ର। ଅହମ୍ମଦାବାଦ୍‌ରେ ପ୍ରାୟ ୫୫ ଲକ୍ଷ ଜନସଂଖ୍ୟା ଥିବା ବେଳେ ପୂର୍ବରୁ କେହି ହେଲେ ଅଙ୍ଗଦାନ କରି ନଥିଲେ। ଏହା ବ୍ୟତୀତ ଜଣେ ଯୁବକର ହୃତ୍‌ପିଣ୍ଡ ଯାଇ ଜଣେ ମହିଳାଙ୍କ ଦେହରେ ଲାଗିବା ଘଟଣା ମଧ୍ୟ ଲୋକଙ୍କୁ ଚକିତ କରିଛି।

ଅନ୍ୟପକ୍ଷରେ ଅହମ୍ମଦାବାଦ୍‌ରେ ଏକ ସଡ଼କ ଦୁର୍ଘଟଣାରେ ଶନିବାର ଦିନ ଡାକ୍ତର ଜଣେ ୨୦ ବର୍ଷିଅ ଯୁବକଙ୍କୁ ‘ବ୍ରେନ୍‌ ଡେଡ୍’  ବୋଲି ଘୋଷଣା କରିଥିଲେ। ଯୁବକ ଜଣକ ହେଉଛନ୍ତି କୁଶାଲ ଗୋସ୍ୱାମୀ। ସେ ସହରର କୁବେର ନଗର ଅଞ୍ଚଳରେ ବାସ କରନ୍ତି। ଦୁର୍ଘଟଣା ପରେ ତାଙ୍କ ମୁଣ୍ଡକୁ ଗଭୀର ଭାବେ ଆଘାତ ଲାଗିଥିଲା। ଦୁଇ ଥର ଅସ୍ତ୍ରୋପଚାର ପରେ ବି କୁଶାଲଙ୍କ ଅବସ୍ଥା ସୁଧୁରା ଯାଇପାରିଲାନି। ଶେଷରେ ଡାକ୍ତରମାନେ କୁଶଲଙ୍କ ପରିବାର ଲୋକଙ୍କୁ ସମସ୍ୟା ବିଷୟରେ କହିଥିଲେ। କୁଶଲଙ୍କ ବ୍ରେନ୍‌ ଆଉ ଜୀବନରେ କେବେ କାମ କରିବା ନାହିଁ ବୋଲି ଶୁଣିବା ପରେ ପରିବାର ଲୋକେ କୁଶଲଙ୍କ ହୃତ୍‌ପିଣ୍ଡ ଦାନ କରିବାର ନିଷ୍ପତ୍ତି ନେଇଥିଲେ।

ଫଳରେ କୁଶଲଙ୍କ ହୃତ୍‌ପିଣ୍ଡ ରେଖାଙ୍କୁ ମିଳିବା ପରେ ରେଖାଙ୍କର ଅସ୍ତ୍ରୋପଚାର କରାଯାଇ ତାଙ୍କୁ ନୂତନ ଜୀବନ ପ୍ରଦାନ କରାଯାଇଛି।

ପୂର୍ବରୁ ଅନେକ ଅଙ୍ଗଦାନ ଖବର ପ୍ରକାଶ ପାଇଥିଲେ ବି ଏହି ହୃତ୍‌ପିଣ୍ଡ ଦାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସେ ଯୁବକ ଜଣକ ଅହମ୍ମଦାବାଦ୍‌ର। ଅହମ୍ମଦାବାଦ୍‌ରେ ପ୍ରାୟ ୫୫ ଲକ୍ଷ ଜନସଂଖ୍ୟା ଥିବା ବେଳେ ପୂର୍ବରୁ କେହି ହେଲେ ଅଙ୍ଗଦାନ କରି ନ ଥିଲେ। ଏହା ବ୍ୟତୀତ ଜଣେ ଯୁବକର ହୃତ୍‌ପିଣ୍ଡ ଯାଇ ଜଣେ ମହିଳାଙ୍କ ଦେହରେ ଲାଗିବା ଘଟଣା ମଧ୍ୟ ଲୋକଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର