ନିଆରା ହୋଲି ପରମ୍ପରା: ଗଧ ଉପରେ ଭ୍ରମଣ କରନ୍ତି ଗ୍ରାମର ନୂଆ ଜ୍ବାଇଁ, ଉପହାରରେ ମିଳେ ନୂଆ ପୋଷାକ

ବିଦ୍‌: ଆସୁଛି ରଂଗର ପର୍ବ ହୋଲି। ଏହି ପର୍ବକୁ ଦେଶ ସାରା ଲୋକ ପାଳନ କରିଥାନ୍ତି। ତେବେ ସବୁ ଅଞ୍ଚଳର ଲୋକ ରଂଗ ଖେଳି ହୋଲି ପାଳନ କରିଥିଲେ ବି ପରମ୍ପରା ସାମାନ୍ୟ ଭିନ୍ନ ହୋଇଥାଏ। ଭିନ୍ନ ଅଞ୍ଚଳରେ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ।

ମହାରାଷ୍ଟ୍ରର ବିଦ୍‌ ଜିଲ୍ଲାରେ ଏପରି ଏକ ଗ୍ରାମ ଅଛି, ଯେଉଁଠାରେ ହୋଲିରେ ଗାଁର ନୂଆ ଜ୍ବାଇଁଙ୍କୁ ଗଧ ଉପରେ ବସି ବୁଲିବାକୁ ପଡ଼ିଥାଏ। ଏହି ପରମ୍ପରା ପ୍ରାୟ ୧୦୦ ବର୍ଷ ତଳର। ପରମ୍ପରା ଅନୁସାରେ, ଗାଁର ନୂଆ ଜ୍ବାଇଁ ଗଧ ଉପରେ ବସି ଗାଁ ମଝିରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯିବେ ଓ ସେଠାରେ ଗ୍ରାମବାସୀ ତାଙ୍କୁ ତାଙ୍କର ମନ ପସନ୍ଦର ଏକ ପୋଷାକ ଉପହାର ଆକାରରେ ପ୍ରଦାନ କରିବେ। ଦିନ ୧୧ଟା ସୁଦ୍ଧା ଜ୍ବାଇଁ ହନୁମାନ ମନ୍ଦିର ପାଖରେ ଓହ୍ଲାଇବାର ନିୟମ ରହିଛି।

ଏହି ଗ୍ରାମଟି ଔରଙ୍ଗାବାଦ୍‌ରୁୁ ପ୍ରାୟ ୧୨୫ କିଲୋମିଟର୍‌ ଦୂରରେ ଅବସ୍ଥିତ। ଏହି ପରମ୍ପରା ଗାଁର ଜଣେ ପୁରୁଣା‌ ଲୋକ ଆରମ୍ଭ କରିଛନ୍ତି। ପ୍ରାୟ ୧୦୦ ବର୍ଷ ତଳେ ଗାଁରେ ଆନନ୍ଦ ରାଓ ଦେଶମୁଖ ନାମକ ଜଣେ ବ୍ୟକ୍ତି ଥିଲେ। ତାଙ୍କୁ ଗାଁର ଲୋକେ ବହୁ ସମ୍ମାନ କରନ୍ତି। ସେ ପ୍ରଥମେ ଏହି ପରମ୍ପରା ଆରମ୍ଭ କରିଥିଲେ। ହୋଲି ସମୟରେ ଆନନ୍ଦ ରାଓଙ୍କ ଜ୍ବାଇଁ ପ୍ରଥମେ ଘୋଡ଼ା ଉପରେ ବସି ଏହି ନିୟମ ପାଳିଥିଲେ। ପରେ ଗାଁର ଯିଏ ସବୁଠାରୁ ନୂଆ ଜ୍ବାଇଁ ତାଙ୍କୁ ଏହି ନିୟମ ପାଳନ କରିବାକୁ କୁହାଯାଏ।

ସମ୍ବନ୍ଧିତ ଖବର