ଉଚ୍ଚତା କମ ଥିବାରୁ ବିବାହ ସମ୍ଭବ ନଥିଲା, ହେଲେ ପରେ ପରସ୍ପରକୁ ଖୋଜି ପାଇଲେ ମମତା-ମୁନ୍ନା

ନୂଆଦିଲ୍ଲୀ: କୁହାଯାଏ ଯେ ଆକାଶରେ ଯୋଡି ତିଆରି ହୁଏ ଏବଂ ପୃଥିବୀରେ ମିଳନ ହୁଏ। ବିହାରର ଭାଗଲପୁରରେ ଏଭଳି ଏକ ଯୋଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିମନ୍ତ୍ରଣ ନଥାଇ ବି ଏଭଳି ଯୋଡ଼ିକୁ ଦେଖିବାକୁ ବିବାହରେ ହଜାର ହଜାର ଅତିଥି ଯୋଗ ଦେଇଥିବା କୁହାଯାଉଛି। ଏହି ବିବାହ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା କାରଣ ବରର ଉଚ୍ଚତା ଥିଲା ମାତ୍ର ୩୬ ଇଞ୍ଚ ଏବଂ କନ୍ୟାର ଉଚ୍ଚତା ଥିଲା ୩୪ଇଞ୍ଚ। ସମଗ୍ର ଅଞ୍ଚଳରେ ଏହି ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

36 इंच के मुन्ना को मिली 34 इंच की लाइफ पार्टनर
aajtak

ସୂଚନା ମୁତାବକ, ୨୪ ବର୍ଷୀୟା କନ୍ୟା ମମତା ଗୁଜୋ ମଣ୍ଡଳଙ୍କ ଝିଅ। ତାଙ୍କର ବିବାହ ମସାରୁ ନିବାସୀ ବିନ୍ଦେଶ୍ୱରୀ ମଣ୍ଡଳଙ୍କ ପୁଅ ମୁନ୍ନା ଭାରତୀଙ୍କ ସହ ହୋଇଛି। ବର ଏବଂ କନ୍ୟା ଉଭୟ ଭାଗଲପୁର ଜିଲ୍ଲାର ବାସିନ୍ଦା। ଉଚ୍ଚତା କମ ହୋଇଥିବାରୁ ଦୁହିଁଁଙ୍କୁ ବିବାହ କରିବାରେ ସମସ୍ୟା ହୋଇଥିଲା। ଅନେକ ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ଶେଷରେ ମମତା ଓ ମୁନ୍ନା ପରସ୍ପରକୁ ଖୋଜି ପାଇଥିଲେ। ଦୁହିଁଙ୍କ ବିବାହ ଏତେ ସ୍ବତନ୍ତ୍ର ଥିଲା ଯେ, ବିବାହ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର