ଭୋକିଲା ପେଟକୁ ମିଳୁଛି ଦାନା: ଦୈନିକ ୨୦୦ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛି ଏହି ନିଆରା ରୁଟି ବ୍ୟାଙ୍କ୍

ରାଞ୍ଚି: ଆପଣ ବ୍ଲଡ୍ ବ୍ୟାଙ୍କ ଓ ମିଲ୍କ ବ୍ୟାଙ୍କ ବିଷୟରେ ଶୁଣିଥିବେ ନିଶ୍ଚୟ। କେବେ ରୁଟି ବ୍ୟାଙ୍କ ବିଷୟରେ ଶୁଣିଛନ୍ତି କି? ଆଜ୍ଞା ହଁ, ରାଞ୍ଚିରେ ଏକ ରୁଟି ବ୍ୟାଙ୍କ ରହିଛି, ଯାହା ଅନେକ ଲୋକଙ୍କ ଭୋକ ମେଣ୍ଟାଉଛି। ଦୈନିକ ୨୦୦ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ରାଞ୍ଚିର ୪୨ବର୍ଷୀୟ ବିଜୟ ପାଠକ। ବିଜୟ ଦେଢ଼ ବର୍ଷ ହେବ ଦୈନିକ ୨୦୦ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛନ୍ତି । ତାହା ପୁଣି ନିଜେ ଘରେ ପ୍ରସ୍ତୁତ କରି । ତାଙ୍କର ଏହି ସେବା ମନୋଭାବ ତାଙ୍କୁ ଗୋଟିଏ ନୂଆ ପରିଚୟ ଦେଇଛି ।

ଏହି ରୁଟି ବ୍ୟାଙ୍କକୁ ପେସାରେ ଜଣେ ବ୍ୟବସାୟୀ ଥିବା ବିଜୟ ପାଠକ ନିଜ ସ୍ତ୍ରୀଙ୍କ ମିଶି ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ନିକଟରେ ଖୋଲିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ରୁଟି ବ୍ୟାଙ୍କକୁ ଚଳାଇବା ପାଇଁ ସେ କାହାଠାରୁ ଟଙ୍କା ନିଅନ୍ତି ନାହିଁ। ନିଜ ଟଙ୍କାରେ ସେ ଭୋକିଲା ପେଟରେ ଦେଢ଼ ବର୍ଷ ହେଲାଣି ଦାନା ପକାଇଆସୁଛନ୍ତି। ଯଦି କୌଣସି ବଦାନ୍ୟ ବ୍ୟକ୍ତି କିଛି ଦାନ କରିବାକୁ ଚାହାଁନ୍ତି ତେବେ ସେମାନଙ୍କୁ କେବଳ ଖାଦ୍ୟ ଶସ୍ୟ ଦେବା ପାଇଁ କହିଥାନ୍ତି ବିଜୟ। ପ୍ରଥମେ ବିଜୟ ପାଠକ ଓ ତାଙ୍କ ସ୍ତ୍ରୀ ରାସ୍ତା କଡ଼ରେ ଶୋଉଥିବା ୧୫-୨୦ଲୋକଙ୍କ ପାଇଁ ଖାଇବା ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ । ପରେ ସମୟ ସହ ଏହି ସଂଖ୍ୟା ବୃଦ୍ଧି ପାଇଥିଲା।

Humanity! This Ranchi Businessman Runs 'Roti Bank' To Feed 200 People Daily For Free

ତାଙ୍କର ଏହି ମହାନ କାର୍ଯ୍ୟ ପଛର ଉଦ୍ଦେଶ୍ୟ ପଚରାଯିବା ପରେ ବିଜୟ କହିଥିଲେ ଯେ, ୧୬ବର୍ଷ ପୂର୍ବେ ମୋ ବାପା ମାସକ ପାଇଁ ରିମ୍ସରେ ଚିକିତ୍ସିତ ହେଉଥିଲେ । ସେ ସମୟରେ ଖାଦ୍ୟ କିଣିବା ପାଇଁ ଟଙ୍କା ନଥିବାରୁ ଲୋକେ ଭୋକିଲା ପେଟରେ ଶୋଇପଡ଼ୁଥିବା ମୁଁ ଦେଖିଥିଲି । ସେହି ଦିନଠାରୁ ମୋର ସାମର୍ଥ୍ୟ ହେଲେ ମୁଁ ଭୋକିଲା ପେଟକୁ ଦାନା ମୁଠେ ଦେବି ବୋଲି ମନସ୍ଥ କରିଥିଲି।

ତେବେ ବିଜୟ ରୁଟି ବ୍ୟାଙ୍କକୁ ମହାମାରୀର ଠିକ ପୂର୍ବରୁ ମାର୍ଚ୍ଚ ୧, ୨୦୨୦ ରେ ଆରମ୍ଭ କରିଥିଲେ। ପ୍ରତି ପ୍ଲେଟର ଦାମ ୨୦ଟଙ୍କା ଥିବା ବେଳେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରନ୍ତି ବିଜୟ। ତାଙ୍କ ସେବାରେ କେତେ ସ୍ବଚ୍ଛତା ରହିଛି, ତାହା ଜଣାଇବା ପାଇଁ ସେ ଫେସବୁକରେ ଖାଦ୍ୟ ବଣ୍ଟନର ଲାଇଭ ଭିଡିଓ କରିଥାନ୍ତି । ନିଜ ଖର୍ଚ୍ଚରେ ଖାଇବାକୁ ଦେବା ସହ ବିବାହ ବ୍ରତ ଭୋଜିରେ ଯେଉଁ ଖାଦ୍ୟ ବଳିପଡ଼େ ସେସବୁକୁ ଆଣି ସେ ଲୋକଙ୍କୁ ବାଣ୍ଟିଥାନ୍ତି।

ସମ୍ବନ୍ଧିତ ଖବର