ବିବାହ ଜୀବନରେ ଥରେ ହୋଇଥାଏ । ଏହି ଦିନଟିକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ବିବାହ ପରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ । ଏହା ପରେ ସମସ୍ତଙ୍କର ବଞ୍ଚିବା ଶୈଳୀରେ ପରିବର୍ତ୍ତନ ଆସିଥାଏ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । ଘରୁ ବାହାରି ଅନ୍ୟ ଏକ ରାଜ୍ୟ ବା ଦେଶକୁ ଯାଇ ବିବାହ କରିଥାନ୍ତି ବର ଏବଂ ବଧୂ ।
/sambad/media/post_attachments/wp-content/uploads/2018/01/Untitled-300x189.png)
ସେହିଭଳି ଭାବରେ କାଲିଫର୍ଣ୍ଣିଆର ବର ରେୟାନ ଜେଙ୍କ୍ସ ଏବଂ ବଧୂ କିମ୍ବର୍ଲେ ଓ୍ଵାଗ୍ଲିନ୍ ନିଜ ବିବାହକୁ ସବୁଦିନ ପାଇଁ ସ୍ମରଣୀୟ କରିବା ପାଇଁ ଏବଂ ସମସ୍ତଙ୍କଠାରୁ କିଛି ଅଲଗା କରିବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି । ଦୁଇ ପାହାଡ଼ ମଧ୍ୟରେ ଜାଲକୁ ସଂଯୋଗ କରି ତା’ ଉପରେ ବିବାହ କରିଛନ୍ତି ଏହି ଦମ୍ପତି ।
/sambad/media/post_attachments/wp-content/uploads/2018/01/SnwhpXz-300x202.jpg)
ନିଜ ଜୀବନ ସହ ଖେଳି ଏହି ବିବାହ କରିଥିବା ବେଳେ ଏହି ଭିଡ଼ିଓ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ସମସ୍ତେ ତାଙ୍କର ଏହି ସାହସକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମୋବ୍ ସହରରେ ଥିବା ଉହାଥ୍ ପାହାଡ଼ ଉପରେ ସେମାନେ ଏପରି କରିଥିବା ଜଣା ପଡ଼ିଛି । ପାହାଡ଼ଟି ସମୁଦ୍ର ପତ୍ତନଠାରୁ ୪୦୦ ଫୁଟ୍ ଉଚ୍ଚ ଥିବା ଜଣା ପଡ଼ିଛି ।