ନିଆରା ମନ୍ଦିର : ଏଠାରେ ଦିନକୁ ତିନି ଥର ରଙ୍ଗ ବଦଳାଏ ଶିବଲିଙ୍ଗ

ଭାରତରେ ଏପରି ଅନେକ ମନ୍ଦିର ରହିଛି ଯାହାର ଭିନ୍ନ ଭିନ୍ନ ମାନ୍ୟତା ରହିଛି। ତେବେ ଆପଣ ଏପରି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି, ଯେଉଁଠାରେ ଶିବଲିଙ୍ଗ ଦିନକୁ ତିନି ଥର ରଙ୍ଗ ବଦଳାଇ ଥାଏ । ରାଜସ୍ଥାନର ଧୋଲ୍‌ପୁର ଜିଲ୍ଲା ସ୍ଥିତ ଏକ ମନ୍ଦିରରେ ଶିବଲିଙ୍ଗ ଦିନକୁ ୩ଟି ରଙ୍ଗରେ ଦେଖିବାକୁ ମିଳିଥାଏ । ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି । ତେବେ ଆସନ୍ତୁ ବିସ୍ତାରରେ ଜାଣିବା ଏହି ମନ୍ଦିର ବିଷୟରେ।

ରାଜସ୍ଥାନର ଧୋଲ୍‌ପୁର ଜିଲ୍ଲାର ଚମ୍ବଲ ନଦୀ ତଟରେ ଅବସ୍ଥିତ ଅଚଲେଶ୍ୱର ମହାଦେବ ମନ୍ଦିରରେ ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରିଥାଏ ଶିବଲିଙ୍ଗ। ଏହି ଲିଙ୍ଗର ରଙ୍ଗ ସକାଳେ ଲାଲ୍‌ , ଦ୍ୱିପହରରେ ଗେରୁଆ ଏବଂ ସନ୍ଧ୍ୟା ସମୟରେ ଧୁସର ଦେଖାଯାଇଥାଏ । ହଜାର ବର୍ଷ ପ୍ରାଚୀନ ଏହି ମନ୍ଦିରରେ ଏପରି ହୋଇ ଆସୁଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରହସ୍ୟ ବିଷୟରେ ସଂପୂର୍ଣ୍ଣ ଭାବେ କିଛି ଜଣା ପଡ଼ିନାହିଁ ।

punjabkesari

ଏହି ମନ୍ଦିରର ଆଉ ଏକ ମାନ୍ୟତା ମଧ୍ୟ ରହିଛି । ଏହାର ଲିଙ୍ଗରେ ଚଢ଼ାଯାଉଥିବା ଜଳ କୁଆଡ଼େ ଯାଇଥାଏ ତାହା ବିଷୟରେ ଆଜି ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ଏହାପଛର କାରଣ କିଛି ଜାଣି ପାରି ନାହାନ୍ତି । ୨୫୦୦ ବର୍ଷ ପୂର୍ବରୁ ନିର୍ମିତ ଏହି ମନ୍ଦିରରେ ପଞ୍ଚଧାତୁରେ ନିର୍ମତ ଏକ ବିଶାଳ ପ୍ରତିମା ରହିଛି । ଏହାର ଓଜନ ପାଖାପାଖି ୪ ଟନ୍‌ ହେବ । ତେବେ ଶିବଲିଙ୍ଗର ତଳେ ନିର୍ମିତ ହୋଇଥିବା ପ୍ରାକୃତିକ ପାତାଳ ଖଣ୍ଡ ରେ ଯେତେ ମଧ୍ୟ ପାଣି ଢ଼ାଳିଲେ ମଧ୍ୟ ଏହା ଭର୍ତ୍ତି ହୋଇ ନ ଥାଏ। ଏହି ମନ୍ଦିରକୁ ଯିବା ପାଇଁ ବାଟ ପଥୁରିଆ ହେବା ଯୋଗୁଁ ଏହାକୁ ଖୁବ କମ ଲୋକ ଯାଇଥାନ୍ତି ।

ସମ୍ବନ୍ଧିତ ଖବର