ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବଙ୍କିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ୬ ଝିଅଙ୍କର ବାପା ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ବିବାହ କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଏହି ବୟସ୍କ ବ୍ୟକ୍ତି ଜଣକ ନିଜ ବିବାହରେ ଖୁବ୍ ନାଚିଛନ୍ତି ମଧ୍ୟ। ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ମାମଲାଟି ଜାମିନ ହୁସେନପୁର ଗ୍ରାମର। ଯେଉଁଠାରେ ୬ ଝିଅଙ୍କର ବାପା ଅର୍ଥାତ, ୬୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ନିଜ ବୟସଠାରୁ ୪୧ ବର୍ଷୀୟା ସାନ ଯୁବତୀଙ୍କ ସହ ବଡ଼ ଧୁମ୍ଧାମ୍ରେ ବିବାହ କରିଛନ୍ତି।
ଏହି ବୟସ୍କ ବ୍ୟକ୍ତିଙ୍କ ନାମ ନକଛେଦ ଯାଦବ। ସେ ନିଜ ବାହାଘରରେ ଯାଉଥିବା ବରଯାତ୍ରୀଙ୍କ ସହ ଖୁବ୍ ନାଚିଥିବାର ଭିଡିଓରେ ଦେଖିବାକୁ ମିଳିଛି। ରବିବାର ଦିନ ହୋଇଥିବା ଏହି ବିବାହ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ନକଛେଦ କନ୍ୟା ଜଣକ ହେଉଛନ୍ତି ତାଙ୍କ ଝିଅ ବୟସର। ନକଛେଦ ତାଙ୍କର ଦ୍ବିତୀୟ ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ ରୁଦୌଲୀ କ୍ଷେତ୍ରରେ ଥିବା କାମାକ୍ଷା ଦେବୀ ମନ୍ଦିରରେ କରିଛନ୍ତି। ତାଙ୍କ ବିବାହରେ ପ୍ରାୟ ୫୦ ଜଣ ବରଯାତ୍ରୀ ସାମିଲ୍ ହୋଇଥିଲେ।
ସୂଚନାରୁ ଜାଣିବାକୁ ମିଳିଛି ଯେ ପ୍ରଥମ ପତ୍ନୀଙ୍କ ପରଲୋକ ପରେ ନକଛେଦ ଏକଦମ ଏକା ହୋଇ ଯାଇଥିଲେ। ଯେଉଁ କାରଣରୁ ସେ ପରିବାର ଲୋକଙ୍କ ସହମତି ନେଇ ଦ୍ବିତୀୟ ବିବାହ କରିବାର ନିଷ୍ପତ୍ତି ନେଲେ। ନକଚ୍ଛେଦ ତାଙ୍କ ଦ୍ବିିତୀୟ ପତ୍ନୀ ପଦ୍ମିନୀଙ୍କୁ ବିବାହ କରି ବେଶ୍ ଖୁସି ଅଛନ୍ତି। ତାଙ୍କର ସମସ୍ତ ପିଲାଙ୍କର ବିବାହ ହୋଇ ସାରିଛି। ତାଙ୍କ ବିବାହ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Untitled-14.jpg)