ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ମହାଶିବରାତ୍ରୀ ଦିନ ଏକ ନିଆରା ବିବାହ ହୋଇଥିଲା। ଏହି ବିବାହ ସମାଜକୁ ଏକ ବାର୍ତ୍ତା ଦେବା ସହିତ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସକୁ ମଜବୁତ କରିଥିଲା ।

Advertisment

ଏହି ବିବାହ ଏକ ଡାକ୍ତରଖାନାରେ ହୋଇଥିଲା । ଯେଉଁଠାରେ ରୋଗୀ ଶଯ୍ୟାକୁ ବିବାହ ମଣ୍ଡପ ଭଳି ସଜାଯାଇଥିଲା। ଉଭୟ ପରିବାର ସହିତ ଡାକ୍ତରଖାନାର କର୍ମଚାରୀମାନେ ମଧ୍ୟ ଏହି ବିବାହରେ ଉପସ୍ଥିତ ରହିଥିଲେ। ଆଉ ନବଦମ୍ପତିଙ୍କ ବୈବାହିକ ଜୀବନ ପାଇଁ ଶୁଭକାମନା ଦେଇଥିଲେ।

ଉଜ୍ଜୈନରେ ଭେରୁଘାଟରେ ରହୁଥିବା ବର ରାଜେନ୍ଦ୍ର ଚୌଧୁରୀ ହସ୍ପିଟାଲ‌ରେ ଭର୍ତ୍ତି ହୋଇଥିବା ଆହତ କନ୍ୟା ଶିବାନୀଙ୍କୁ ବିବାହ କରିଥିଲେ। ଏହି ଦୁହିଁଙ୍କ ବିବାହ ଫେବୃଆରି ୧୬ ତାରିଖରେ ଥିବା ବେଳେ ଫେବୃଆରି ୧୩ରେ ଶିବାନୀ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ବିବାହକୁ ନେଇ ପୁରା ପ୍ରସ୍ତୁତି ସରିଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇ ପାରିଲା ନାହିଁ। ଉଭୟ ପରିବାର ସଦସ୍ୟ ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ। ଏହା ପରେ ଡାକ୍ତର ହସ୍ପିଟାଲରେ ଉକ୍ତ ବିବାହ ପାଇଁ ରାଜି ହୋଇଯାଇଥିଲେ।

ବରର ସମ୍ପର୍କୀୟମାନେ ଏହି ଘଟଣାକୁ ନେଇ କହିଛନ୍ତି,‘ ଯେ ଆଜିର ସମୟରେ ଝିଅ ଏବଂ ବୋହୂ ସମାନ ଅଟନ୍ତି। ଯଦି ଆମ ଝିଅ ସହିତ ଏପରି ଘଟଣା ଘଟିଥାନ୍ତା ତେବେ କ’ଣ ହୋଇଥାନ୍ତା । ସେଥିପାଇଁ ବୋହୂକୁ ଆମ ଝିଅ ବୋଲି ଭାବି ବିବାହ କରି  ସମାଜକୁ ଏକ ବାର୍ତ୍ତା ଦେଲୁ।’