ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ସଂପର୍କରେ ଅଜଣା ଏବଂ ଅକୁହା କାହାଣୀ…

କେମିତି ହେଲା ସୁଦର୍ଶନ ଚକ୍ରର ସୃଷ୍ଟି? ସୁଦର୍ଶନ ଚକ୍ରର ସୃଷ୍ଟି ସଂପର୍କରେ ଶାସ୍ତ୍ରରେ ଏକାଧିକ ବର୍ଣ୍ଣନା ରହିଛି। ଗୋଟିଏ ବର୍ଣ୍ଣନା ଅନୁଯାୟୀ, ତିନି ପ୍ରମୁଖ ଦେବତା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ମିଳିତ ଶକ୍ତିର ଆଧାରରେ ସୁଦର୍ଶନ ଚକ୍ରର ସୃଷ୍ଟି ଏବଂ ଦେବ ଗୁରୁ ବୃହସ୍ପତି ଏହି ଦୈବୀ ଅସ୍ତ୍ର ସୁଦର୍ଶନ ଚକ୍ରକୁ ଭଗବାନ ବିଷ୍ଣୁଙ୍କୁ ପ୍ରଦାନ କରିଥିଲେ। ଶାସ୍ତ୍ରରେ ଥିବା ଅନ୍ୟ ଏକ ବ୍ୟାଖ୍ୟାନ ଅନୁଯାୟୀ ଦେବତା ମଣ୍ଡଳୀଙ୍କ ଦ୍ୱାରା ସୁଦର୍ଶନ ଚକ୍ର ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ ହୋଇଥିଲା। ତେବେ, ମହାଭାରତରେ ଥିବା ବର୍ଣ୍ଣନା ଅନୁଯାୟୀ, ଖାଣ୍ଡବ ବନ ଦହନ ସମୟରେ କୃଷ୍ଣ ଏବଂ ଅର୍ଜୁନ ଅଗ୍ନି ଦେବତାଙ୍କୁ ସହାୟତା କରିଥିବାରୁ ସେ ଖାଣ୍ଡବ ବନ ଦହନ ପରେ ପ୍ରୀତ ହୋଇ କୃଷ୍ଣଙ୍କୁ ସୁଦର୍ଶନ ଚକ୍ରକୁ ପ୍ରଦାନ କରିଥିଲେ।

Daily Bhaskar

ଶ୍ରୀକୃଷ୍ଣ କାଣି ଆଙ୍ଗୁଠିରେ ଚକ୍ର ଧାରଣ କରିଥିବା ବେଳେ ଭଗବାନ ବିଷ୍ଣୁ ବିଶି ଆଙ୍ଗୁଠିରେ ଧାରଣ କରିଥାଆନ୍ତି ! 

ସାଧାରଣ ଭାବେ ସୁଦର୍ଶନ ଚକ୍ରକୁ ଶ୍ରୀକୃଷ୍ଣ ତାଙ୍କ କାଣି ଆଙ୍ଗୁଠିରେ ଧାରଣ କରିଥିବା ଦେଖିବାକୁ ମିଳିଥିବା ବେଳେ ଭଗବାନ ବିଷ୍ଣୁ ଏହାକୁ ତାଙ୍କର ବିଶି ଆଙ୍ଗୁଠିରେ ଧାରଣ କରିଥିବା ଦେଖିବକୁ ମିଳିଥାଏ। ବିଶ୍ୱାସ ରହିଛି ସୁଦର୍ଶନ ଚକ୍ର ଶତ୍ରୁକୁ ନାଶ କଲାପରେ ପୁଣିଥରେ ଏହାର ଧାରଣ କର୍ତ୍ତାଙ୍କ ନିକଟକୁ ଫେରି ଆସିଥାଏ। ଅର୍ଥାତ ଶତ୍ରୁକୁ ନିପାତ କରିବା ପାଇଁ ଏହାକୁ ନିକ୍ଷେପ କରାଗଲା ପରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାର କ୍ଷମତା ଧାରଣ କର୍ତ୍ତାଙ୍କ ନିକଟରେ ରହିଥାଏ। ଧାରଣ କର୍ତ୍ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁଦର୍ଶନ ଚକ୍ର କ୍ଷଣକ ମଧ୍ୟରେ ଯାଇ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସହ ନିଜ କାର୍ଯ୍ୟ ସଂପାଦନ କରେ। ଏହା ସଂପୂର୍ଣ୍ଣ ନିରବରେ ଯାତ୍ରା କରୁଥିବା ବେଳେ ଯାତ୍ରା ପଥରେ ଆସୁଥିବା ବା ଆସିଥିବା ସମସ୍ତ ପ୍ରକାରର ବାଧାବିଘ୍ନକୁ ଅକ୍ଳେଶରେ ଦୂର କରିଥାଏ।

Daily Bhaskar

କେଉଁ ଧରଣର ଅସ୍ତ୍ର କୃଷ୍ଣଙ୍କ ସୁଦର୍ଶନ ଚକ୍ର? ଏହା ସର୍ବଦା ଗତିଶୀଳ

ଦୁଇଟି ଶବ୍ଦର ଆଧାରରେ ସୃଷ୍ଟି ହୋଇଛି ସୁଦର୍ଶନ ଚକ୍ର। ଗୋଟିଏ ଶବ୍ଦ  ହେଲା ସୁଦର୍ଶନ, ‘ସୁ’ ଏବଂ ‘ଦର୍ଶନ’। ଦର୍ଶନର ଅର୍ଥ ହେଲା ଦୃଷ୍ଟି ଏବଂ ସୁ ର ଅର୍ଥ ହେଲା ପବିତ୍ର, ଶୁଭ। ଅନ୍ୟ ଶବ୍ଦଟି ହେଲା ଚକ୍ର। ‘ଚ୍ରୁହୁ’ ଏବଂ ‘କ୍ରୁହୁ’କୁ ନେଇ ଚକ୍ରର ସୃଷ୍ଟି। ଚ୍ରୁହୁ ଅର୍ଥ ଗତିଶୀଳ ଏବଂ କ୍ରୁହୁର ଅର୍ଥ କରିବା। ଏହିପରି ଭାବେ ଚକ୍ର ଅର୍ଥ ହେଉଛି ଗତିଶୀଳ ହୋଇ କାର୍ଯ୍ୟ ସଂପାଦନ କରିବା। ସବୁ ଦୈବୀ ଅସ୍ତ୍ର ମଧ୍ୟରେ ସୁଦର୍ଶନ ଚକ୍ର ହେଉଛି ଏକମାତ୍ର ଅସ୍ତ୍ର ଯାହାକି ସବୁବେଳେ ଓ ସବୁସମୟରେ ଗତିଶୀଳ ହୋଇ ରହିଥାଏ। ଅର୍ଥାତ୍‌ ବୁଲୁଥାଏ।

ସମ୍ବନ୍ଧିତ ଖବର