ଆପଣ ବିଶେଷ କରି ଭୂତକୋଠି, ଭୟଙ୍କର ସ୍ଥାନ କିମ୍ବା ହୋଟେଲ ବିଷୟରେ ଅନେକ କଥା ଶୁଣିଥିବେ କିମ୍ବା ପଢିଥିବେ ନିଶ୍ଚୟ ହେଲେ କେବେ ଆପଣ କୌଣସି ଭୟଙ୍କର ନମ୍ବର, ଯାହା ଦ୍ୱାରା ଲୋକଙ୍କର ମୃତ୍ୟୁ ହୋଇଯାଉଛି ସେ ନେଇ ଶୁଣିଛନ୍ତି କି ?
Sambad is now on WhatsApp
Join and get latest news updates delivered to you via WhatsApp
ଆଜ୍ଞା ହଁ ! ଏକଥା ମିଛ ନୁହେଁ ବରଂ ନିରାଟ ସତ୍ୟ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଗୋଟିଏ ନମ୍ବର ଏଭଳି ରହିଛି, ଯାହାକୁ ଯେକେହି ବି କିଣୁଛନ୍ତି ବା ବ୍ୟବହାର କରୁଛନ୍ତି ତାଙ୍କର ଅଚାନକ୍ ମୃତ୍ୟୁ ହୋଇଯାଉଛି। ତେବେ ଏଭଳି ଘଟଣା ଜଣଙ୍କ ସହିତ ଘଟିନାହିଁ ବରଂ ତିନି ଜଣ ବ୍ୟକ୍ତି ଏହାର ଶିକାର ହୋଇସାରିଲେଣି।
ସୂଚନା ମୁତାବକ, ଏହି ନମ୍ବରଟିକୁ ବର୍ତ୍ତମାନ ତିନି ଜଣ ବ୍ୟକ୍ତି କିଣିଛନ୍ତି ତଥା ବ୍ୟବହାର କରିଛନ୍ତି । ଯେଉଁମାନଙ୍କର କି ସନ୍ଧିଗ୍ଧ ଭାବରେ ମୃତ୍ୟୁ ଘଟିଛି । ଏହି ନମ୍ବର ବୁଲଗେରିଆର ବୋଲି ଜଣାପଡିଛି। ସର୍ବପ୍ରଥମେ ଏହି ନମ୍ବରଟିକୁ ମୋବିଟେଲ କଂପାନୀର ସିଇଓ କିଣିଥିଲେ। କଂପାନୀର ସିଇଓ ବ୍ଲାଦମିର ଗେସନୋଓ ୦୮୮୮୮୮୮୮୮୮ ନମ୍ବରଟିକୁ ସର୍ବ ପ୍ରଥମେ ନିଜ ପାଇଁ ଇସ୍ୟୁ କରାଇଥିଲେ।
ଏହାପରେ ୨୦୦୧ରେ ବ୍ଲାଦମିରଙ୍କ ମୃତ୍ୟୁ ହୋଇଯାଏ। କେହି କେହି କୁହନ୍ତି ବ୍ଲାଦମିରଙ୍କ ମୃତ୍ୟୁ କ୍ୟାନସର କାରଣରୁ ଘଟିଥିଲା ବୋଲି। ଯେବେକି ତାଙ୍କର ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି। ଏହାପରେ ଏହି ନମ୍ବରଟିକୁ ଡିମେଟ୍ରୋଭ ନାମକ ଜଣେ କୁଖ୍ୟାତ ଡ୍ରଗ୍ସ ଡିଲର ବ୍ୟବହାର କରିଥିଲେ। ଏହି ନମ୍ବରଟି ନେବା ପରେ ଡିମେଟ୍ରୋଭଙ୍କୁ ୨୦୦୩ରେ ଜଣେ ରଷିୟାନ ମାଫିଆ ହତ୍ୟା କରିଦେଇଥିଲା। ମିଳିଥିବା ସୂଚନା ଅନୁସାରେ, ଡିମେତ୍ରୋଭଙ୍କ ଡ୍ରଗ୍ସ ବ୍ୟବସାୟ ୫୦୦ମିଲିୟନର ରହିଥିଲା । ତେବେ ମୃତ୍ୟୁ ସମୟରେ ଏହି ନମ୍ବରଟି ଡିମେତ୍ରୋଭଙ୍କ ନିକଟରେ ହିଁ ଥିଲା ।
ସେହିପରି ଡିମେତ୍ରୋଭଙ୍କ ମୃତ୍ୟୁ ପରେ ଏହି ନମ୍ବର ବୁଲଗେରିଆର ଜଣେ ବ୍ୟବସାୟୀ ତଥା ଡିସଲିଓ ନାମକ ବ୍ୟକ୍ତି କିଣିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଲା କି, ଏହି ନମ୍ବରଟି ବ୍ୟବହାର କରିବା ପରେ ପରେ ଡିସଲିଓଙ୍କର ବି ହତ୍ୟା ହୋଇଯାଇଥିଲା । କୁହାଯାଏ, ଡିସଲିଓଙ୍କୁ ୨୦୦୫ରେ ବୁଲଗେରିଆର ରାଜଧାନୀ ସୋଫିୟାରେ ହତ୍ୟା କରାଯାଇଥିଲା ତେବେ ତାଙ୍କୁ କିଏ ଆଉ କାହିଁକି ହତ୍ୟା କରାଗଲା ଏସବୁ ପ୍ରଶ୍ନ ଏବେବି ରହସ୍ୟ ଘେରରେ ରହିଛି।