ଅବିବାହିତାମାନଙ୍କୁ ଶିବଲିଙ୍ଗ ସ୍ପର୍ଶ କରିବାକୁ ମନା କାହିଁକି?

ବିଶ୍ୱାସ ରହିଛି ଯେ ଶିବ ଲିଙ୍ଗର ପୂଜନ କେବଳ ପୁରୁଷଙ୍କ ଦ୍ୱାରା କରା ଯାଇଥାଏ । ମହିଳାମାନଙ୍କୁ ଏଥିରୁ ବାରଣ କରାଯାଇଥାଏ । ବିଶେଷ କରି ଅବିବାହିତାମାନଙ୍କୁ ଶିବ ଲିଙ୍ଗ ସ୍ପର୍ଶ କରିବାକୁ ମନା କରାଯାଇଛି । ଏହା କ’ଣ ସତ୍ୟ ?
ଆସନ୍ତୁ ଜାଣିବା…

ପ୍ରଥମତଃ ଭଗବାନ ଶିବ ଧ୍ୟାନ ମଗ୍ନ ରହି ଥାଆନ୍ତି, ଏଣୁ ଅବିବାହିତାମାନେ ଶିବ ଲିଙ୍ଗ ପାଖକୁ ମଧ୍ୟ ଯିବାକୁ ମନା କରା ଯାଇଥାଏ । ମହାଦେବ ଧ୍ୟାନ କରୁଥିବା ବେଳେ ଦେବୀ ଓ ଅପସରାମାନେ ତାଙ୍କର ବିଶେଷ ଯତ୍ନ ନେଇଥାଆନ୍ତି ,ଯେମିତିକି ତାଙ୍କର ତପସ୍ୟା ଭଙ୍ଗ ହେବ ନାହିଁ। ଅବିବାହିତାମାନେ କେବଳ ଶିବଙ୍କୁ ନୁହେଁ ବରଂ ଉଭୟ ଶିବ-ପାର୍ବତୀଙ୍କୁ ଏକତ୍ର ପୂଜା କରିବାର ପରଂପରା ରହିଛି ।
ଅନ୍ୟପକ୍ଷରେ ଅବିବାହିତାମାନେ କ୍ରମାଗତ ଭାବେ ଷୋହଳଟି ସୋମବାର ଯାଏଁ ଷୋହଳ ସୋମବାର ବ୍ରତ ଧାରଣ କରି ଥାଆନ୍ତି । ସୋମବାର ହେଉଛି ଭଗବାନ ଶିବଙ୍କର ବାର । ଏଣୁ ସେହି ଦିନ ଅବିବାହିତାମାନେ ଉପବାସ ରହି ଭଗବାନ ଶିବଙ୍କ ଭଳି ସ୍ୱାମୀ ପ୍ରାପ୍ତ କରିବା ପାଇଁ ପ୍ରାର୍ଥନା କରନ୍ତି ବୋଲି ବିବେଚନା କରାଯାଏ । ଠିକ୍‌ ସେହିପରି ଶ୍ରାବଣ ମାସର ସୋମବାରରେ ଏଭଳି ପ୍ରାର୍ଥନା କରିଲେ, ତାହା ଅବିବାହିତାମାନଙ୍କ ପାଇଁ ଅଧିକ ଲାଭପ୍ରଦ ବୋଲି କୁହାଯାଏ ।

photo-patrika.com

‘ ଶିବ ପୂଜନ’ ର ପଂରପରା ମଧ୍ୟ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ । ଭାରତରେ ଲକ୍ଷ ଲକ୍ଷ ମହିଳା ମନ୍ଦିରରେ ଶିବ ଲିଙ୍ଗକୁ ପୂଜାର୍ଚ୍ଚନା କରି ଥାଆନ୍ତି । ଅପରପକ୍ଷରେ ଦକ୍ଷିଣ ଭାରତରେ ପୁରୁଷମାନେ ଘରେ ଶିବଲଙ୍ଗମ୍‌ର ଅଭିଷେକମ୍‌ କରି ଥାଆନ୍ତି । ସେମାନଙ୍କୁ ଏଥିରେ ମହିଳାମାନେ ସହାୟତା କରିଥାଆନ୍ତି ।

ସମ୍ବନ୍ଧିତ ଖବର