ବିଚିତ୍ର ବେଉସା: ରୋଜଗାରର ଏପରି ସବୁ ମାଧ୍ୟମ ବି ରହିଛି

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ରୋଜଗାରକୁ ନେଇ ସର୍ବଦା ଚିନ୍ତାରେ ରହିଥାଏ । ତେବେ ଆପଣ ଜାଣିଛନ୍ତି କି ଭାରତରେ ଏପରି ମଧ୍ୟ କିଛି ଅଦ୍ଭୁତ ରୋଜଗାର ଅଛି ଯାହାଦ୍ୱାରା ଲୋକ ତାଙ୍କର ପରିବାର ପୋଷିବା ସହ ନିଜ ଜୀବନ ର୍ନିବାହ କରିଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କିଛି ପାରମ୍ପରିକ ବେପାର ରହିଛି ଯାହା ଦ୍ୱାରା ଆଜି ମଧ୍ୟ ଆମ ଦେଶରେ ବହୁ ଲୋକ ତାଙ୍କ ପେଟ ପୋଷୁଛନ୍ତି । ଆସନ୍ତୁ ଜାଣିବା ସେହିପରି କିଛି ରୋଜଗାର ବିଷୟରେ…।

କାନ ସଫାକରିବା:ଏହି କାମରେ କେବଳ ଏକ ଷ୍ଟିଲର ଛୁଞ୍ଚି , ତୁଳା ଏବଂ ପିନର ଆବଶ୍ୟକ ହୋଇଥାଏ । ଆଗରୁ ସହରରୁ ଗ୍ରାମ ପର୍ଯ୍ୟନ୍ତ, ସବୁଠାରେ ରାସ୍ତାକଡ଼ରେ ଏହି ସବୁ ଜିନିଷ ଧରି କାନସଫା କରୁଥିବା ଲୋକ ଦେଖାଯାଉଥିଲେ। ଏବେ ଧିରେ ଧିରେ ଏହି ପାରମ୍ପରିକ ବ୍ୟବସାୟ ବନ୍ଦ ହେବାକୁ ବସିଛି। ତେବେ କିଛି କିଛି ସ୍ଥାନରେ, ବିଶେଷ କରି ଗାଁଗଣ୍ଡାରେ କାନ ସଫା କରୁଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥାଏ।

The Talkative Man

ପେସାଦାର ଶୋକକାରୀ : ଏହା ଏକ କୌଳିକବୃତ୍ତି। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଏହି ବୃତ୍ତିର ମହିଳାମାନଙ୍କ କାନ୍ଦିବା ପାଇଁ ଟଙ୍କା ମିଳିଥାଏ। ଏହି ବ୍ୟବସାୟ ଅଧିକମାତ୍ରରେ ରାଜସ୍ଥାନରେ ଦେଖିବାକୁ ମିଳିଥାଏ । ଏମାନଙ୍କୁ ରୁଦାଲି ବୋଲିି କୁହାଯାଇଥାଏ। ଭାରତରେ ଚାଲି ଆସୁଥିବା ଏହା ବହୁ ପୁରୁଣା ଏବଂ ଭିନ୍ନ ପ୍ରଥା । ମୃତ୍ୟୁର ଦେବତା ଯମଙ୍କର ଅରାଧନା କରୁଥିବାରୁ ରଦାଲି ମାନେ ସବୁବେଳେ କଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି ।

ପୋଷା ପଶୁଙ୍କ ଖାଦ୍ୟ ଚାଖିବା : ଆଜ୍ଞା ହଁ !! ପୋଷା ପଶୁଙ୍କୁ ସଠିକ ମାତ୍ରାରେ ପୋଷାକ ତତ୍ତ୍ୱ ଯୋଗାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ଖାଦ୍ୟ ମିଳୁଛି। ତେବେ ସେହି ଖାଦ୍ୟ ଖାଇବା ସମୟରେ ପାଟିକୁ ଭଲ ଲାଗୁଛି କି ନାହିଁ ତାହା ଜାଣିବା ପାଇଁ ଟଙ୍କା ଦେଇ ଲୋକଙ୍କୁ ରଖାଯାଇଥାଏ।

India Times

ମୃତ ଶରୀର ଫଟୋଗ୍ରାଫର: ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟା । ପବିତ୍ର ପୀଠ ବାରଣାସୀଠାରେ ଗଙ୍ଗା ନଦୀ କୂଳରେ ଲୋକ ପୁଣ୍ୟ ପ୍ରାପ୍ତ କରିବା ପାଇଁ ଶେଷକୃତ୍ୟ କରାଇଥାନ୍ତି। ସେଠାରେ ଏପରି ଶ୍ରେଣୀର ଫଟୋଗ୍ରାଫର ଦେଖିବାକୁ ମିଳନ୍ତି, ଯେଉଁମାନେ କେବଳ ଶବ ଓ ଦାହର ଫଟୋ ଉଠାଇ ଥାଆନ୍ତି। ବର୍ତ୍ତମାନ ଗଙ୍ଗାଘାଟରେ ମୃତ ଶରୀର ଦାହ ସମୟର ଫଟୋ ଉଠାଇ ଫଟୋଗ୍ରାଫର ଦିନକୁ ୧୫୦୦ -୨୫୦୦ ଟଙ୍କା ରୋଜଗାର କରିଥାଆନ୍ତି।

ମନୁଷ୍ୟ ପାଳଭୂତ : ଆମେ ଜାଣିଛୁ ଚାଷ ଜମିରେ ଧାନ ଏବଂ ଅନ୍ୟନ୍ୟ ଫସଲ ବଞ୍ଚାଇବା ପାଇଁ ପାଳଭୁତ ପ୍ରସ୍ତୁତ କରାଯାଇଥାଏ । ତେବେ କେତେକ ସ୍ଥାନରେ ମଣିଷକୁ ପାଳଭୂତ ଭଳି ସଜାଇ ଜଗା ଯାଇଥାଏ। ବ୍ୟକ୍ତିଗତ ସମ୍ପତ୍ତି, ହୋଟେଲ ଆଦି ସ୍ଥାନକୁ ପାରା କିମ୍ବା ଅନ୍ୟ କୌଣସି ଚଢ଼େଇ ଯେପରି ଆସିବେ ନାହିଁ ସେଥିପାଇଁ ମଣିଷ ପାଳଭୂତ ରଖାଯାଇଥାଏ। ଏମାନେ ଏକ ପତକା ସାହାଯ୍ୟରେ ଚଢ଼େଇମାନଙ୍କୁ ଘଉଡ଼ାଇଥାନ୍ତି।

ସମ୍ବନ୍ଧିତ ଖବର