ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ଅଟୋ ଚାଳକଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ଉକ୍ତ ଭାଇରାଲ ଅଟୋ ଚାଳକଙ୍କ ଫିଟନେସକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ଏହି ଅଟୋ ଚାଳକଙ୍କ ନାମ ଜୈଦ। ଯାହାଙ୍କ ଇନଷ୍ଟାଗ୍ରାମରେ ୬୦,୦୦୦ରୁ ଅଧିକ ଫଲୋୟର୍ସ ରହିଛନ୍ତି।
ନିକଟରେ ଜୈଦ ଏକ ଭିଡିଓ ସେୟାର କରିଛନ୍ତି, ‘ଯେଉଁଥିରେ ସେ ତାଙ୍କ ଫିଟନେସ ରୁଟିନ ସେୟାର କରିବା ସହିତ ସୁସ୍ଥ କିପରି ରହିବାକୁ ହେବ ସେ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।
ଜୈଦଙ୍କ ଭାଇରାଲ ହୋଇଥିବା ଭିଡିଓରେ ପ୍ରଥମେ ସେ କିଛି ଖାଉଥିବା ଦେଖିବାକୁ ମିଳୁଛି। ଏହାପରେ ଜିମରେ ଜୈଦ ୱାର୍କଆଉଟ କରୁଥିବା ନଜର ଆସୁଛି। ଇନଷ୍ଟାଗ୍ରାମରେ ଜୈଦଙ୍କ ଏଭଳି ଅନେକ ଭିଡିଓ ପୋଷ୍ଟ ହୋଇଛି। ଯାହାକୁ ଦେଖିବା ପାଇଁ ଲୋକେ ଖୁବ ପସନ୍ଦ ବି କରୁଛନ୍ତି।
View this post on Instagram
ଜୈଦଙ୍କ ଏହି ଭାଇରାଲ ଭିଡିଓ ଦେଖିବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମର ଫିଟ ଅଟୋ ଭାଇ... ଆପଣ ନିଜର କାମ ସହିତ ନିଜର ବି ଯତ୍ନ ନେଇଛନ୍ତି। ଏହା ଖୁବ ପ୍ରେରଣାଦାୟକ। ଆପଣଙ୍କ ଅଟୋ ଚଲାଇବାକୁ ଖୁବ ଇଚ୍ଛା ହେଉଛି। ଅଟୋ ଚଲାଇ ଆପଣ ନିଜକୁ ହିରୋ ଭଳି ଫିଟ ରଖିଛନ୍ତି।’