ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରୀଙ୍କ ଚେହେରା ଦେଖି ମଜାକ ଉଡ଼ାଇଥିବା ଲୋକଙ୍କୁ ଉଚିତ ଜବାବ ଦେଲେ ପ୍ରାଚୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷା-୨୦୨୪ର ଫଳାଫଳ ଘୋଷଣା ହୋଇସାରିଛି। ଏଥିରେ ସୀତାପୁରର ପ୍ରାଚୀ ନିଗମ ୯୮.୫୦ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ପାଇବା ପରେ ପ୍ରାଚୀଙ୍କ ନିକଟରୁ ବିଭିନ୍ନ ମାଧ୍ୟମରୁ ପ୍ରଶଂସାର ସୁଅ ଛୁଟିଥିବାବ‌େଳେ କିଛିଲୋକ ତାଙ୍କ ଚେହେରାକୁ ନେଇ ଟ୍ରୋଲ କରିଥିଲେ।

ଏହି ଘଟଣାକୁ ନେଇ ପ୍ରାଚୀ କହିଛନ୍ତି, ‘ମୁଁ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ମୋର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଅନେକ ଲୋକ ମୋର ସଫଳତା ପାଇଁ ପ୍ରଶଂସା କରିଥିବା ବେଳେ ଆଉ କିଛିଲୋକ ମୋର ଚେହେରାକୁ ନେଇ ଖରାପ ପ୍ରତିକ୍ରିୟା ଦେଇଥିଲେ।

ମୁଁ ଉଭୟ ଯେଉଁମାନେ ସଫଳତା ପାଇଁ ପ୍ରଶଂସା କରିଥିଲେ ଆଉ ଯେଉଁମାନେ ମୋ ଚେହେରାର ମଜାକ ଉଡ଼ାଇଥିଲେ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। କାରଣ ମୁଁ ମୋ ଲକ୍ଷ୍ୟପଥରେ ଆଗେଇବାରେ ବ୍ୟସ୍ତ ଅଛି। । କିଏ କ’ଣ କହୁଛି ତାହାକୁ ନେଇ ମୋର ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। କାରଣ ଏସବୁ ଚିନ୍ତା କରିବା ପାଇଁ ମୋ ପାଖରେ ସମୟ ନାହିଁ। ଚାଣକ୍ୟ ଭଳି ବ୍ୟକ୍ତିଙ୍କର ଯଦି ଲୋକ ମଜାକ ଉଡ଼ାଇ ପାରନ୍ତି ମୁଁ ତ ସାଧାରଣ ମଣିଷଟିଏ।

ତେଣୁ ମୋର ଲୋକଙ୍କୁ ଅନୁରୋଧ ଯଦି କୌଣସି ଲୋକଙ୍କୁ ଆମେ ଖୁସି ଦେଇ ପାରୁ ନାହୁଁ ତେବେ ତାଙ୍କୁ ଥଟ୍ଟା ପରିହାସ କରିବା ବି ଉଚିତ ନୁହେଁ। କାରଣ ଭଗବାନ ଅଛନ୍ତି ସେ ପ୍ରତ୍ୟେକ ମଣିଷକୁ ନିଜର କର୍ମର ଫଳ ନିଶ୍ଚୟ ଦେଇ ଥାଆନ୍ତି। ତେଣୁ ଆମେ ସବୁବେଳେ ସତଗାର୍ଗରେ ସତକର୍ମରେ ନିଜକୁ ନିୟୋଜିତ କରିବା ପାଇଁ ଚେଷ୍ଟା କରିବା ଉଚିତ।’

 

ସମ୍ବନ୍ଧିତ ଖବର