ଲକ୍ଷ୍ନୌ: ୨୦୧୯ରେ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମିର୍ଜାପୁରର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଲୁଣ ସହିତ ରୁଟି ଦିଆଯାଉଥିବା ଖବର ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଖାଦ୍ୟ ଯୋଗାଉଥିବା ବେଳେ ସେସବୁକୁ ଖାଇବାକୁ ନଦେଇ ରୁଟି ସହ ଲୁଣ ଦିଆଯାଉଥିବା ଖବର ଲୋକଲୋଚନକୁ ଆଣିଥିଲେ ସାମ୍ବାଦିକ ପବନ ଜୟଶଓ୍ଵାଲ। ଏଭଳି ଖବର ସାମ୍ନାକୁ ଆଣି ସମାଜରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିବା ପବନ ଏବେ ଆଉ ନାହାନ୍ତି। ସମାଜକୁ ବଦଳାଇବାର ତାଙ୍କର ଯାତ୍ରା ଅଧାରେ ଅଟକି ଯାଇଛି। ମୁଖଗହ୍ୱର କର୍କଟରେ ଆକ୍ରାନ୍ତ ହୋଇ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି।
କୁହାଯାଉଛି ଯେ, ପବନ ନିଜକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ। ତାଙ୍କର ଚିକିତ୍ସା ପାଇଁ ସୋସିଆଲ ମିଡିଆରେ ମଧ୍ୟ ଆର୍ଥିକ ସହାୟତା ମଗାଯାଇଥିଲା। ହେଲେ ଅନେକ ସଂଘର୍ଷ ପରେ ଏବେ ତାଙ୍କର ମୃତ୍ୟୁ ହୋଇଛି।
ଉଲ୍ଲେଖଯାଗ୍ୟ, ଅଗଷ୍ଟ ୨୨, ୨୦୧୯ରେ ସାମ୍ବାଦିକ ପବନ ଜୟଶଓ୍ଵାଲଙ୍କୁ ଗାଁର ମୁଖିଆ ରାଜକୁମାର ଡ଼ାକି ଏକ ଭିଡିଓ ଉତ୍ତୋଳନ କରିବାକୁ କହିଥିଲେ । ଯେଉଁ ଭିଡିଓ ପରେ ଭାଇରାଲ ହୋଇଥିଲା । ଭିଡିଓରେ ସ୍କୁଲ ପିଲାମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆ ନ ଯାଇ କେବେଳ ରୁଟି ଓ ଲୁଣ ଖାଇବାକୁ ଦିଆଯାଉଥିବା ଦେଖାଯାଇଥିଲା । ଭିଡିଓକୁ ନେଇ ବିବାଦ ହେବାରୁ ଜିଲ୍ଲା ଅଧିକାରୀ ଏ ନେଇ ତଦନ୍ତ କରିଥିଲେ । ତଦନ୍ତ ପରେ ସ୍କୁଲର ପ୍ରଧାନଶିକ୍ଷକ ଓ ରାଜକୁମାରଙ୍କ ପାଖରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଟଙ୍କା ଥାଇ ମଧ୍ୟ ରାଜ୍ୟ ସରକାରଙ୍କ ଛବିକୁ ଖରାପ କରିବା ପାଇଁ ଦୁହେଁ ଏଭଳି କରିଥିବା ଜଣା ପଡ଼ିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ସ-56.jpg)