ୟୁପିରେ ‘ବୁଲ୍‌ଡୋଜର୍‌ ବାବା’ ଜଲୱା; ବିବାହରେ ଦିଆଯାଉଛି ବୁଲ୍‌ଡୋଜର୍‌ ଉପହାର

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କୁ ‘ବୁଲ୍‌ଡୋଜର୍‌ ବାବା’ କୁହାଯାଉଥିବା ବେଳେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ପୁଣି ଥରେ କ୍ଷମତାକୁ ଆସିବା ପରେ ରାଜ୍ୟରେ ଚାଲିଛି ‘ବୁଲ୍‌ଡୋଜର୍‌’ ଜଲୱା। କେହି କେହି ଅବୈଧ୍ୟ ସଂପତ୍ତି ଉପରେ ‘ବୁଲ୍‌ଡୋଜର୍‌’ ଚଳାଉଛନ୍ତି ତ ପୁଣି କେହି କେହି ‘ବୁଲ୍‌ଡୋଜର୍‌’ ଉପହାର ଆକାରରେ ଦିଆନିଆ କରୁଥିବା ଦେଖିବାକୁ ମିଳିଛି।

ଆପଣ ଜାଣିଥିବ‌େ ଯେ ବିବାହରେ ବର ଓ କନ୍ୟାଙ୍କୁ ବିଭିନ୍ନ ପ୍ରକାରର ଉପହାର ମିଳିଥ‌ାଏ। ମାତ୍ର ୟୁପିରେ ଏବେ ଉପହାର ଆକାରରେ ‘ବୁଲ୍‌ଡୋଜର୍‌’ ମିଳୁଥିବାର ଦେଖିବାକୁ ମିଳିଛି। ସଂଗମନଗରୀ ପ୍ରୟାଗରାଜରେ ହେଉଥିବା ଏକ ସମୂହ ବିବାହ ଉତ୍ସବରେ ନବବିବାହିତ ଦମ୍ପତିଙ୍କୁ ଉପହାର ଆକାରରେ ପ୍ଲାଷ୍ଟିକ୍‌ ‘ବୁଲ୍‌ଡୋଜର୍‌’  ଦିଆଯାଇଥିବାର ଦେଖିବାକୁ ମିଳିଛି।

ଉ‌ଲ୍ଲେଖଯୋଗ୍ୟ, ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ଭବ୍ୟ ଓ ବିଶାଳ ଶପଥ ଗ୍ରହଣ ଉତ୍ସବରେ ଶୁକ୍ରବାର ଦିନ ଯୋଗୀଙ୍କୁ ରାଜ୍ୟପାଳ ଆନନ୍ଦୀବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ସିହତ ୫୨ ଜଣ ମନ୍ତ୍ରୀ ମଧ୍ୟ ଶୁକ୍ରବାର ଦିନ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀ, ୧୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀ, ୧୪ ରାଷ୍ଟ୍ରମନ୍ତ୍ରୀ-ସ୍ବାଧୀନ ଦାୟିତ୍ବ ଏବଂ ୨୦ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୫୨ ମନ୍ତ୍ରୀଙ୍କ ମଧ୍ୟରେ ୩୨ ଜଣ ନୂଆ ମୁହଁ ଅଛନ୍ତି। କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରାହ୍ମଣ ନେତା ବ୍ରଜେଶ ପାଠକ ଉପ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି।

ସମ୍ବନ୍ଧିତ ଖବର