ନୂଆଦିଲ୍ଲୀ: ଅଙ୍କିତା ଶର୍ମା ୨୦୨୨ ମସିହାରୁ ଖେରାଗଢ଼ର ଏସପି ଭାବେ କାର୍ଯ୍ୟରତ ଅଛନ୍ତି। ୨୦୧୮ ବ୍ୟାଚର ଛତିଶଗଡ଼ କ୍ୟାଡର ଆଇପିଏସ ଅଧିକାରୀ ଅଙ୍କିତା ଶର୍ମା ତୃତୀୟ ପ୍ରୟାସରେ ୟୁପିଏସସିରେ ସଫଳ ହୋଇଥିଲେ। ଏଥିରେ ସେ ୨୦୩ନମ୍ବର ସ୍ଥାନ ହାସଲ କରିଥିଲେ।
ଅଙ୍କିତା କହନ୍ତି, ପିଲାଟି ଦିନରୁ କିରଣ ବେଦୀଙ୍କୁ ଦେଖିଲେ ମନ ଭିତରେ ଏକ ଅଦ୍ଭୁତ ପ୍ରକାର ଶିହରଣ ଖେଳିଯାଏ। ଯାହା ହୋଇଯାଉ ମୁଁ କିରଣ ବେଦୀଙ୍କ ଭଳି କାମ କରିବି ବୋଲି ମନରେ ଆଶା ବାନ୍ଧିଥିଲି। ମୋର କର୍ମସ ଥିଲା। ପୋଷ୍ଟ ଗ୍ରାଜୁଏସନ ପରେ ଆଉ ସମୟ ନଷ୍ଟ ନକରି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି।
ଏହାରି ଭିତରେ ବାହାଘର ହୋଇଯାଇଥିଲା। ସ୍ବାମୀ ସେନାରେ ଥିବାରୁ ତାଙ୍କର ବାରମ୍ବାର ବଦଳି ହେଉଥିଲା। ଏଥିପାଇଁ ପାଠପଢ଼ାରେ ଅନେକ ବାଧା ବି ଆସୁଥିଲା। କିନ୍ତୁ ମୁଁ ମୋର ଲକ୍ଷ୍ୟରୁ କେବେ ହେଲେ ଓହରି ନଥିଲି। ଯେତେକଷ୍ଟ ହୋଇଥିଲେ ବି ମୋର ୟୁପିଏସସି ପ୍ରସ୍ତୁତିରେ କେବେ ହେଲେ ହେଳା କରିନାହିଁ।
ବିବାହ ସ୍ଥିର ହେବା ପରଠାରୁ ମୁଁ ସ୍ବାମୀଙ୍କୁ ମୋ ସ୍ବପ୍ନ ବିଷୟରେ ଜଣାଇ ଦେଇଥିଲି। ସେ ମୋତେ ମୋ ସ୍ବପ୍ନ ପୁରା କରିବାରେ ବେଶ ସାହାଯ୍ୟ କରିଛନ୍ତି। ସେ ନଥିଲେ ବୋଧ ହୁଏ ଏହି ସ୍ଥାନରେ ପହଞ୍ଚିବା ପାଇଁ ମୋତେ କଷ୍ଟ ହୋଇଥାଆନ୍ତା। ଜୀବନରେ ଆସିଥିବା ଅନେକ ବାଧାବିଘ୍ନକୁ ଏଡାଇ ଏହି ସଫଳତା ପାଇଛି।’
Follow Us