ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚାରେ ଜଣେ ଅଙ୍ଗନବାଡି ସହାୟିକାଙ୍କ ପୁଅ । ମାତ୍ର ୨୩ ବର୍ଷ ବୟସରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ରେ ୩୨୯ ରାଙ୍କ ହାସଲ କରି ସମଗ୍ର ପରିବାର ଓ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କୃଷ୍ଣପାଲ ସିଂ ରାଜପୁତ । ତାଙ୍କ ସଫଳତା ପାଇଁ ସମଗ୍ର ଜିଲ୍ଲା ଗର୍ବିତ । ନିୱାଡୀ ଜିଲ୍ଲାର ପୃଥ୍ବୀପୁର ତହସିଲର ପପାବନି ନେଗୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା କୃଷ୍ଣପାଲ ସିଂ ତାଙ୍କ ପରିବାର ସହିତ ଓରଛାରେ ରୁହନ୍ତି । ତାଙ୍କ ମାତା ମମତା ରାଜପୁତ୍ ପପାବନି ଗାଁର ଅଙ୍ଗନବାଡିରେ ସହାୟିକା ହୋଇଥିବାବେଳେ ପିତା ରାମକୁମାର ରାଜପୁତ ଓରଛା ଜିଲ୍ଲା କୋର୍ଟରେ ଓକିଲାତି କରନ୍ତି । କୃଷ୍ଣପାଲ ସିଂ ତାଙ୍କ ଗାଁରେ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ । ଅଷ୍ଟମ ପର୍ଯ୍ୟନ୍ତ ସେ ଓରଛାରେ ଏବଂ ନିୱାଡୀରେ ଦଶମ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ।
ଏହା ପରେ ଗ୍ୱାଲିଅରରୁ ସେ ଦ୍ୱାଦଶ ଏବଂ ଇଂରାଜୀ ସାହିତ୍ୟରେ ସ୍ନାତକ ହାସଲ କରିଥିଲେ । ଦିଲ୍ଲୀରୁ ୟୁପିଏସି ପାଇଁ କୃଷ୍ଣପାଲ ସିଂ ନିଜର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲେ । ଅଗଷ୍ଟ ୧୯୯୯ ରେ ଜନ୍ମଗ୍ରହଣ କରିଥିବା କୃଷ୍ଣପାଲ ସିଂ ସବୁବେଳେ ଅଧ୍ୟୟନରେ ବ୍ୟସ୍ତ ରହୁଥିବା କଥା କହିଛନ୍ତି । ପୁଅ ୟୁପିଏସସିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଖୁସିର ବାପା ରାମକୁମାର ରାଜପୁତ କହିଛନ୍ତି ଯେ, ତାଙ୍କ ପୁଅ ସବୁବେଳେ ଅଧ୍ୟୟନରେ ବ୍ୟସ୍ତ ରହୁଥିଲା ।
aajtakଏଥି ସହିତ, ମା’ ମମତା ରାଜପୁତ ମଧ୍ୟ ପୁଅର ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଯଦି ଆପଣ ଆପଣଙ୍କ ପିଲାମାନଙ୍କୁ ସଚ୍ଚୋଟତାର ସହ ଏବଂ ପରିଶ୍ରମ କରି ପାଠ ପଢ଼ାନ୍ତି, ତେବେ ସଫଳତା ନିଶ୍ଚିତ ମିଳେ। ଅଙ୍ଗନବାଡି ସହାୟିକା ହୋଇ ମଧ୍ୟ ମୁଁ ଏବଂ ମୋ ସ୍ବାମୀ କୃଷ୍ଣପାଲଙ୍କୁ ପରିଶ୍ରମ କରି ପାଠ ପଢ଼ାଇଥିଲୁ। ଏହା ପାଇଁ ଆଜି ସେ ଏହି ସଫଳତା ପାଇଛି।
ତେବେ ଆଶ୍ଚର୍ଯ୍ୟର କଥା ହେଲା କୃଷ୍ଣପାଲଙ୍କୁ ଏପର୍ଯ୍ୟନ୍ତ ମୋଟରସାଇକେଲ ଚଲାଇବା ଜଣାନାହିଁ । ସବୁବେଳେ ପାଠପଢ଼ାରେ ବ୍ୟସ୍ତ ରହୁଥିବାରୁ ସେ ଗାଡ଼ି ଶିଖିପାରିନହାନ୍ତି। କୃଷ୍ଣପାଲ ସିଂ ଖୁବ ପରିଶ୍ରମ କରି ଦ୍ୱିତୀୟ ଥରରେ ଏହି ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ୟୁପିଏସିରେ ଯେତେବେଳେ ସେ ପ୍ରଥମ ଥର ସଫଳ ହୋଇନଥିଲେ, ଦ୍ୱିତୀୟ ଥରରେ ସେ ସେହି ତ୍ରୁଟିଗୁଡ଼ିକୁ ସଂଶୋଧନ କରି ସଫଳତା ହାସଲ କରିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Anganwadi-Workers-Son-Became-IAS_Thumbnail_2.jpg)