ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ, ଆପଣ ନିଶ୍ଚିତ ଭାବରେ ଅନେକ ୟୁପିଏସସି ପରୀକ୍ଷାର୍ଥୀଙ୍କ ସଫଳତାର କାହାଣୀ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏପରି ଜଣେ ଆଇପିଏସ୍ ଅଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ ଆଣିଛୁ, ଯିଏ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ସରକାରୀ ଚାକିରିର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏପରିକି ସେ ଇସ୍ରୋରୁ ଆସିଥିବା ଚାକିରିର ଅଫରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ।
ଆମେ ଏଠାରେ ଉତ୍ତରାଖଣ୍ଡର ଅଲମୋଡା ନିବାସୀ ଆଇପିଏସ୍ ଅଧିକାରୀ ତୃପ୍ତି ଭଟ୍ଟଙ୍କ ବିଷୟରେ କହୁଛୁ। ସେ ଜଣେ ଶିକ୍ଷକଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ଚାରି ଭାଇଭଉଣୀଙ୍କ ମଧ୍ୟରୁ ବଡ଼ ଥିଲେ। ବେରସେବା ସ୍କୁଲରୁ ସେ ତାଙ୍କର ସ୍କୁଲ ପାଠପଢ଼ା ସମାପ୍ତ କରି କେନ୍ଦ୍ରିୟ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଥିଲେ। ଦ୍ୱାଦଶ ସରିବା ପରେ ସେ ପନ୍ତନଗର ବିଶ୍ୱବିଦ୍ୟାଳୟରୁ ବି.ଟେକ ପାଠପଢ଼ା ଶେଷ କରିଥିଲେ।
ବି.ଟେକ ସରିବା ପରେ ପରେ ତୃପ୍ତିଙ୍କ ପାଖକୁ ଚାକିରିର ଲାଇନ ଲାଗିଥିଲା। ଇସ୍ରୋ ସମେତ ୧୬ଟି ସରକାରୀ ଚାକିରି ପାଇଁ ଥିବା ପରୀକ୍ଷା ସବୁ ପାସ୍ କରିବା ସହ ବହୁ ଖ୍ୟାତିସମ୍ପନ୍ନ ଘରୋଇ କମ୍ପାନିରୁ ତାଙ୍କ ପାଖକୁ ଚାକିରିର ଅଫର ଆସିଥିଲା। ହେଲେ ତୃପ୍ତି ସମସ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରି ୟୁପିଏସସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। କେବଳ ନିଷ୍ପତ୍ତି ନେଇନଥିଲେ ଏଥିପାଇଁ କଡ଼ା ପରିଶ୍ରମ ମଧ୍ୟ କରିଥିଲେ ତୃପ୍ତି, ଯାହାର ଫଳସ୍ବରୂପ ୨୦୧୩ରେ ପ୍ରଥମ ଚେଷ୍ଟାରେ ତୃପ୍ତି ୟୁପିଏସସି ପରୀକ୍ଷା ପାସ୍ କରିଥିଲେ। ପରୀକ୍ଷାରେ ୧୬୫ ତମ ରାଙ୍କ ପାଇ ଆଇପିଏସ୍ ଅଧିକାରୀ ହେବାର ସ୍ବପ୍ନକୁ ତୃପ୍ତି ପୂରଣ କରିଥିଲେ।