ନୂଆଦିଲ୍ଲୀ: ସ୍ବାଦ ହେତୁ ଭାରତୀୟ ରୋଷେଇ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟ ରହିଛି। ଭାରତୀୟ ଖାଦ୍ୟ ଏତେ ପ୍ରସିଦ୍ଧ ଏବଂ ସ୍ୱାଦିଷ୍ଟ ଯେ ଅନେକ ବିଦେଶୀ କେବଳ ଭାରତୀୟ ଖାଦ୍ୟର ସ୍ୱାଦ ଚାଖିବା ପାଇଁ ଦୂରଦୂରାନ୍ତରୁ ଆସିଥାଆନ୍ତି।
ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ପୋଷ୍ଟ ହୋଇଥାଏ। ଯେଉଁଥିରେ ବିଦେଶୀମାନେ ଭାରତୀୟ ଖାଦ୍ୟର ସ୍ବାଦର ମଜା ନେଉଥିବା ଦେଖିବାକୁ ମିଳିଥାଏ। ସମ୍ପ୍ରତି ଏହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆମେରିକାର ଜଣେ ସେଲିବ୍ରିଟି ରୋଷେୟା ଇଟନ ବର୍ନଥ ପାଟନାରେ ଥିବା 'ଦିଦି କି ରୋଷେଇ'ରେ ଖାଦ୍ୟ ତିଆରି କରିବା ସହିତ ତାହାର ସ୍ୱାଦ ଚାଖୁଥିବା ଦେଖିବାକୁ ମିଳିଛି।
ଆମେରିକୀୟ ସେଲିବ୍ରିଟି ରୋଷେୟା ଇଟନ୍ ବର୍ନଥ ପାରମ୍ପାରିକ ବିହାରୀ ରୋଷେଇ କରିବାକୁ ଚେଷ୍ଟା କରୁଛନ୍ତି। ଇଟନ କେବଳ ଯେ ରୋଷେଇ ଘରକୁ ଯାଇ ରୋଷେଇ କରୁଛନ୍ତି ତାହା ନୁହେଁ, ସେ ଲିଟି ଭରିବାର ପଦ୍ଧତି ଶିଖିବା ସହିତ ତେଲ କଢ଼େଇରେ ତାହାକୁ ଛାଣୁଥିବା ବି ଦେଖିବାକୁ ମିଳୁଛି।
I got the chance to eat Litti Chokka at a "Didi Ki Rasoi" today in Patna. The Didis welcomed me into their kitchen and taught me a variety of traditional Bihari dishes in this incredible program that provides them autonomy and financial stability. @brlps_jeevika @rahulias6 pic.twitter.com/L0csbC8HPT
— Eitan Bernath (@EitanBernath) January 20, 2023
କେବଳ ଏତିକି ନୁହେଁ, ଆମେରିକୀୟ ରୋଷେୟା କର୍ମଚାରୀଙ୍କ ସହ ବିହାରୀ ରୋଷେଇ କରୁଥିବା ସହିତ ପ୍ରସ୍ତୁତ ହୋଇଯାଉଥିବା ଖାଦ୍ୟକୁ ଚାଖୁଥିବା ବି ଦେଖିବାକୁ ମିଳିଛି।
ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଇଟନ ବର୍ନଥ ସେୟାର କରିଛନ୍ତି। ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, 'ଭଉଣୀମାନେ ମୋତେ ତାଙ୍କ ରୋଷେଇ ଘରକୁ ସ୍ୱାଗତ କରିଥିଲେ ଏବଂ ଏହି ଅବିଶ୍ୱାସନୀୟ କାର୍ଯ୍ୟକ୍ରମରେ ବିଭିନ୍ନ ପାରମ୍ପାରିକ ବିହାରୀ ଖାଦ୍ୟ ରାନ୍ଧିବା ଶିଖାଇଥିଲେ। ଯାହାକି ମୋତେ ଘର ଚଳାଇବାରେ ସାହାଯ୍ୟ କରିବ।'