ଭଉଣୀକୁ କୁକୁର ମୁହଁରୁ ବଞ୍ଚାଇବାକୁ ନିଜକୁ ବିପଦକୁ ଠେଲି ଦେଇଥିବା ଏହି ଆମେରିକୀୟ ଭାଇ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ, ପୋଷ୍ଟ୍‌ ଭାଇରାଲ୍‌

ୱାଶିଂଟନ: ଭାଇ-ଭଉଣୀଙ୍କ ସଂପର୍କକୁ ଆହୁରି ନିବିଡ଼ କରିଥାଏ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ତା’ ସ୍ନେହର ଡୋରି। ପ୍ରତ୍ୟେକ ଭାରତୀୟ ପରିବାରରେ ଏହି ଦିନ ପ୍ରତିି ଗୁରୁତ୍ବ ରହିଥାଏ। ମାତ୍ର ନିକଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି ଆମେରିକୀୟ ଭାଇଭଉଣୀ ଦ୍ବୟ।

ପୂର୍ବରୁ ନିଜ କୁନି ଭଉଣୀକୁ କୁକୁର ଆକ୍ରମଣରୁ ରକ୍ଷା କରି ସମ୍ମାନିତ ହୋଇଥିବା ୬ ବର୍ଷିଅ ବାଳକ ବ୍ରିଜର୍‌ ୱାକର୍‌ ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ରାକ୍ଷୀ ପୂର୍ଣ୍ଣିମା ପାଳନକୁ ନେଇ। ବ୍ରିଜର୍‌ଙ୍କ ହାତରେ ତାଙ୍କ ସାନ ଭଉଣୀ ସ୍ନେହର ରାକ୍ଷୀ ବାନ୍ଧୁଥିବାର ଏକ ପୋଷ୍ଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏବେ ଏହା ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

 

 

View this post on Instagram

 

Bridger’s story has resonated with people across the world and has traveled to places like Mexico, Brazil, Ireland, Iran, South Africa, Japan, and India—just to name a handful. Our new connections to these places have allowed us to cross boundaries, unifying us in the love that a brother can have for his sister. I know that my brother @robertwalker307 already made a similar post, but I would like to reiterate his thoughts: I recently learned about Raksha Bandhan. It’s a festival being celebrated today in India, Nepal, and regions of Pakistan. In the Hindi language, raksha means “to protect,” and bandhan means “bond.” During this festival, a sister ties a thread around her brother’s wrist as a symbol of their love and as a testament that the brother will protect his sister. I read that this action is also meant to protect the brother from bad influences. I love this sentiment of brothers and sisters caring for one another and find it very appropriate that we would get to celebrate Raksha Bandhan today. We invite all others who have a desire to do so to celebrate their sibling relationships today in a similar manner. Happy Raksha Bandhan! Thank you to everyone who taught me about this special day. @bridgerwalker307.family #BridgerStrong #BrotherLikeBridger To read Bridger’s story in other languages, visit www.bridgerstrong.org. We’re continually working to get his story translated into even more languages than those which have already been posted.

A post shared by Nikki Walker (@nicolenoelwalker) on

ବ୍ରିଜର୍‌ଙ୍କ ଜଣେ ସଂପର୍କୀୟା ଏକ ଇନ୍‌ଷ୍ଟା ପୋଷ୍ଟ୍‌ କରିବା ପରେ ଭାଇଭଉଣୀ ଦ୍ବୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛନ୍ତି। ଫଟୋରେ ବ୍ରିଜର୍‌ଙ୍କ ଭଉଣୀ ତାଙ୍କୁ ରାକ୍ଷୀ ବାନ୍ଧୁଥିବାର ଦେଖିବାକୁ ମିଳିଛି।

ଆମେରିକାର ପଶ୍ଚିମ ୱାୟୋମିଙ୍ଗରେ ରହୁଥିବା ବ୍ରିଜର୍‌ ନିକଟ ଅତୀତରେ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ଯାଇ ନିଜକୁ ବିପଦ ମୁହଁକୁ ଠେଲି ଦେଇଥିଲେ। ତାଙ୍କ ଚାରି ବର୍ଷୀୟା ଭଉଣୀକୁ କୁକୁର କାମୁଡୁଥିବା ବେଳେ ବ୍ରିଜର ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ କୁକୁର ଆକ୍ରମଣର ଶିକାର ‌ହୋଇଥିଲେ। କୁକୁର ଆକ୍ରମଣର ଶିକାର ହେବା ପରେ ତାଙ୍କ ଶରୀରରେ ୯୦ଟି ସ୍ଥାନରେ ସିଲେଇ କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର