ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର କ୍ଷୟକ୍ଷତିର ଭରଣା କରିବା ପାଇଁ ନିଜ ନଗ୍ନ ଚିତ୍ର ବିକ୍ରି କରି ୫ କୋଟି ଟଙ୍କା ଯୋଗାଡ଼ କଲେ ଆମେରିକୀୟ ଯୁବତୀ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆର ଜଙ୍ଗଲରେ ଭୀଷଣ ନିଆଁ ଲାଗିବା ପରେ ଯାହା କ୍ଷୟକ୍ଷତି ଘଟିଛି ତାହା ଏବେ ବିରାଟ ସମସ୍ୟା ପାଲଟିଛି। ସେହି କ୍ଷୟକ୍ଷତିର ଭରଣା କରିବା ପାଇଁ ବିଭିନ୍ନ ଆଡୁ ସହାୟତାର ହାତ ବଢୁଥିବା ବେଳେ ଆମେରିକାର ଜଣେ ଯୁବତୀ ନିଜର ନଗ୍ନ ଚିତ୍ର ବିକ୍ରି କରି ଅର୍ଥ ସଂଗ୍ରହ କରିବାରେ ଲାଗି ପଡ଼ିଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଯୁବତୀ ଜଣକ ୨ ଦିନ ମଧ୍ୟରେ ଭାରତୀୟ ମୁଦ୍ରାରେ ୫ ‌‌କୋଟିରୁ ଅଧିକ ଟଙ୍କା ଯୋଗାଡ଼ କରିବାରେ ସମର୍ଥ ହୋଇଛନ୍ତି। ତାଙ୍କ ନାଁ କେଲିନ୍‌। ବୟସ ୨୦ ବର୍ଷ। ସେ  ଟ୍ବିଟର୍‌ରେ  ତାଙ୍କର ନଗ୍ନ ଫଟୋ ବିକ୍ରି କରି ଅର୍ଥ ସଂଗ୍ରହ କରିଥିବା କାରଣରୁ ଯୁବତୀଙ୍କ ଟ୍ବିଟର ଆକାଉଣ୍ଟ୍‌କୁ ଡିଆକ୍ଟିଭେଟ୍‌ କରାଯାଇଛି। ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେ ତାଙ୍କ ନାମ ଦେଇଥିଲେ ‘ଦ ନେକେଡ୍ ଫିଲାନଥ୍ରପିଷ୍ଟ।’

ସେ ଜାନୁଆରି ୪ ତାରିଖରେ ନିଜ ଟ୍ବିଟର୍‌ରେ ଏକ ପୋଷ୍ଟ୍‌ କରି ଲେଖିଥିଲେ, ‘ସର୍ବନିମ୍ନ ୧୦ ଡଲାର ପ୍ରଦାନ କରୁଥିବା ଲୋକଙ୍କୁ ମୁଁ ମୋର ଏକ ନଗ୍ନ ଚିତ୍ର ପଠାଉଛି। ମୋ ପାଖକୁ ଅର୍ଥ ଆସିବାର ପ୍ରମାଣ ପାଇଲେ ଯାଇ ମୁଁ ଫଟୋ ପଠାଇଥାଏ।’ ସେ ଅନ୍ୟ ଏକ ଟ୍ବିଟ୍‌ କରି ଲେଖିଛନ୍ତି ଯେ ତାଙ୍କ ଟ୍ବିଟର୍‌ର ଉତ୍ତରରେ ତାଙ୍କ ନିକଟକୁ ସମୁଦାୟ ୭୦୦ ହଜାର ଡଲାର(ଭାରତୀୟ ମୁଦ୍ରାରେ ୫ କୋଟିରୁ ଊର୍ଧ୍ବ) ଟଙ୍କା ଆସି ସାରିଲାଣି।’

କେଲିନ୍‌ଙ୍କ ଆକାଉଣ୍ଟ୍‌ ଡିଆକ୍ଟିଭେଟ୍‌ ହେବା ପରେ ସେ ଅନ୍ୟ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୁଁ ଏପରି ପୋଷ୍ଟ୍‌ କରିବା ପରେ ମୋ ଆକାଉଣ୍ଟ୍‌ ଡିଆକ୍ଟିଭେଟ୍‌ କରି ଦିଆଯାଇଥିଲା। ମୋ ପରିବାର ଲୋକ ମୋତେ ଅସ୍ବୀକାର କରିଛନ୍ତି ଓ ମୁଁ ପସନ୍ଦ କରୁଥିବା ପୁରୁଷ ବନ୍ଧୁ ମଧ୍ୟ ମୋ ସହ ଆଉ କଥା ହେଉନାହାନ୍ତି।’

ସମ୍ବନ୍ଧିତ ଖବର