ନୂଆଦିଲ୍ଲୀ: ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ। ଗୁଡ଼ାଇ ହୋଇ ରହିଥିଲେ ୧୨୫ ସାପ। ଏହି ଖବରଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆମେରିକାରେ ଜଣେ ଯୁବକଙ୍କ ମୃତଦେହ ପାଖରୁ ୧୨୫ଟି ସାପ ଉଦ୍ଧାର କରିଛି ପୁଲିସ। ୧୨୫ଟି ସାପ ମଧ୍ୟରୁ କିଛି ବିଷାକ୍ତ ସାପ ଥିବା ବେଳେ କିଛି ସାପ ବିଷାକ୍ତ ନଥିବା ଜଣାପଡ଼ିଛି।
 indiatodayମିଳିଥିବା ସୂଚନା ମୁତାବକ, ମୃତ ଯୁବକଙ୍କ ପଡ଼ୋଶୀ ଯୁବକଙ୍କୁ ଘର ବାହାରେ ନଦେଖିବାରୁ ପୁଲିସକୁ ଏନେଇ ଖବର ଦେଇଥିଲେ। ପୁଲିସ ଘରେ ପହଞ୍ଚି ଦେଖିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା। କବାଟ ଭାଙ୍ଗି ଭିତରେ ପଶିବା ପରେ ତଳେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ମୃତଦେହ ଉପରେ ସାପ ଗୁଡ଼ାଇ ହୋଇ ରହିଥିବା ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ ମୃତଦେହ ଓ ସାପକୁ ଉଦ୍ଧାର କରାଯିବା ପରେ ଘର ଭିତରୁ ୧୨୫ଟି ସାପ ବାହାରିଥିଲେ। ସାପ ଭିତରେ ୧୪ଫୁଟର ଅଜଗର ସାପ ମଧ୍ୟ ଥିଲା ବୋଲି କହିଛି ପୁଲିସ। ତେବେ ଯୁବକଙ୍କୁ ହତ୍ୟା କରାଯାଇଛି କି ସାପ କମୁଡ଼ିବା ପରେ ଯୁବକଙ୍କ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମନରେ ସାପକୁ ନେଇ ଛନକା ପଶିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/t-119.jpg)