ମୁମ୍ବାଇ: ନିଜ ପ୍ରେମ ନିବେଦନ କରିବାର ମୁହୂର୍ତ୍ତ ସବୁ ଲୋକଙ୍କ ପାଇଁ ବେଶ୍‌ ସ୍ମରଣୀୟ ହୋଇଥାଏ। ସେଥିପାଇଁ ତାହାକୁ ନିଆରା କରିବାକୁ ସମସ୍ତେ ଚେଷ୍ଟା କରିଥାନ୍ତି। ପ୍ରେମିକାର ହାତ ମାଗିବା ପାଇଁ କେହି କେହି ସର୍ବସାଧାରଣରେ ଆଣ୍ଠୁ ମାଡ଼ି ବସିଥାନ୍ତି ତ ପୁଣି କେହି କିଛି ଭିନ୍ନ କରବାକୁ ଚିନ୍ତା କରିଥାନ୍ତି। ଏପରି ଏକ ମଧୁର ମୁହୂର୍ତ୍ତ ଆମେରିକାର ଏକ ଟିଭି ନ୍ୟୁଜ୍ ଚ୍ୟାନେଲରେ ଲାଇଭ୍ (ସିଧାପ୍ରସାରଣ) କାର୍ଯ୍ୟକ୍ରମରେ ଘଟିବା ପରେ ଲୋକେ ଚକିତ ହୋଇ ଯାଇଛନ୍ତି।

Advertisment

ଇନଷ୍ଟାଗ୍ରାମରେ ଏହି ‘ପ୍ରପୋଜ୍‌’ ବା ପ୍ରେମ ନିବଦେନ ବେଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ରିପୋର୍ଟର ତାଙ୍କର ନ୍ୟୁଜ୍ ଆଙ୍କର୍ ପ୍ରେମିକାଙ୍କୁ ଲାଇଭ୍ ଟେଲିକାଷ୍ଟ ସମୟରେ ‘ପ୍ରପୋଜ୍‌’ କରିଥିବା ଟିଭିରେ ଦେଖିବାକୁ ମିଳିଛି।

ପ୍ରେମିକା ତଥା ସାଥୀ ସାମ୍ବାଦିକା ଖବର ପଢୁଥିବା ବେଳେ ପ୍ରେମିକ ଜଣକ ହାତରେ ଫୁଲତୋଡ଼ା ନେଇ ସେଠାରେ ପହଞ୍ଚୁଛନ୍ତି। କାର୍ଯ୍ୟକ୍ରମର ସିଧାପ୍ରସାରଣ ହେଉଥିବା ବେଳେ ସେ ଏକଦମ ସିନେମା ଶୈଳୀରେ ଉପସ୍ଥାପିକାଙ୍କୁ ପ୍ରେମ ନିବେଦନ କରୁଛନ୍ତି। ସେହି ସମୟରେ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ସେ ଦୁହିଁଙ୍କ ଫଟୋ ବି ଚାଲୁଥିବାର ପରଦାରେ ଦେଖିବାକୁ ମିଳିଛି। ତାଙ୍କ ଏପରି ପ୍ରସ୍ତାବରେ ଉପସ୍ଥାପିକା ଜଣକ ବି ଖୁସିରେ ହଁ ଭରୁଛନ୍ତି।

ରିପୋର୍ଟର ପ୍ରେମ ନିବେଦନ କଲା ବେଳେ ସେମାନଙ୍କର ପ୍ରଥମ ସାକ୍ଷାତ୍‌ରୁ ନେଇ ଉପସ୍ଥାପିକାଙ୍କ ପ୍ରତି କେବେ ଓ କାହିଁକି ଆକର୍ଷିତ ହୋଇଥି‌ଲେ ତାହା କହୁଛନ୍ତି। ତାଙ୍କର ଏପରି ନିଆରା ଶୈଳୀର ପ୍ରେମ ନିବେଦନକୁ ଇଣ୍ଟରନେଟ୍‌ ବ୍ୟବହାରକାରୀ ବି ଖୁବ୍‌ ପସନ୍ଦ କରୁଛନ୍ତି।