ସ୍ବାମୀଙ୍କୁ ଧୋକା ଦେଇ ନିଜ ବାପ ବୟସର ବ୍ୟକ୍ତିଙ୍କୁ ବିବାହ କଲେ ମହିଳା

ୱାସିଂଟନ୍‌: ଆମେରିକାର ଟେନିସିରେ ଜଣେ ଯୁବତୀ ନିଜ ବାପାଙ୍କ ବୟସର ଜଣେ ବ୍ୟକ୍ତିଙ୍କୁ ବିବାହ କରି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥିପାଇଁ ସେ ନିଜ ସ୍ବାମୀଙ୍କୁ କ୍ଷମା ବି ମାଗିଛନ୍ତି। ଯୁବତୀ ଜଣକ ଅନ୍ୟ ଜଣଙ୍କୁ ବିବାହ କରିଥିବା ସତ୍ତ୍ବେ ନିଜ ବାପା ବୟସର ବ୍ୟକ୍ତିଙ୍କ ସହ ପ୍ରେମ ସଂପର୍କ ଗଢ଼ିଉଠିବା କଥାକୁ ନେଇ ନିଜକୁ ନିଜେ ଛୋଟ ଅନୁଭବ କରୁଥିଲେ। ସେ ସବୁବେଳେ ଭାବୁଥିଲେ ‌ଯେ ସେ ତାଙ୍କ ସ୍ବାମୀଙ୍କ ସହ ପ୍ରତାରଣ କରୁଛନ୍ତି ବୋଲି। ଶେଷରେ ସେ ନିଜ ସ୍ବାମୀଙ୍କ ସମ୍ମୁଖରେ ସବୁ କଥା ଖୋଲିକି କହିଲେ ଓ ଏବେ ସେ ସ୍ବାମୀଙ୍କଠାରୁ ଅଲଗା ହୋଇ ଉକ୍ତ ବ୍ୟକ୍ତିଙ୍କୁ ବିବାହ କରି ସାରିଛନ୍ତି।

୩୪ ବର୍ଷୀୟା ଚେଲ୍ସି ୫୫ ବର୍ଷୀୟ ବ୍ରେଡ୍‌ ଡାଉନ୍ସଙ୍କୁ ପ୍ରଥମେ ୨୦୧୨ ମସିହାରେ ଭେଟିଥିଲେ। ଚେଲ୍‌ସିଙ୍କ କହିବା କଥା ହେଉଛି ସେ ୱାର୍ଲମାର୍ଟ ଷ୍ଟୋର୍‌ର ହେୟାର ସେଲୁନରେ କାମ କରୁଥିଲେ। ସେଇଠାରେ ହିଁ ବ୍ରେଡ୍‌ ଷ୍ଟୋର୍‌ ମ୍ୟାନେଜର୍‌ ଥିଲେ। ଦୁହିଁଙ୍କ ମଧ୍ୟରେ ୨୧ ବର୍ଷ ବୟସ ବ୍ୟବଧାନ ସତ୍ତ୍ବେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା।

ସେମାନେ ପରସ୍ପରଙ୍କ ପ୍ରେମରେ ପଡ଼ିବା ଆଗରୁ ହିଁ ଅନ୍ୟତ୍ର ବିବାହ କରି ସାରିଥିଲେ। ଦୁହେଁ ପୂର୍ବରୁ ବିବାହିିତ ଥାଇ ମଧ୍ୟରେ ପରସ୍ପରଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ବ୍ରେଡ୍‌ଙ୍କ ପ୍ରେମରେ ପଡ଼ିଲା ବେଳକୁ ଚେଲ୍‌ସିଙ୍କର ଏକ ୨ ବର୍ଷର ପୁଅ ବି ଥିଲା। ଚେଲ୍ସିଙ୍କ ପରି ବ୍ରେଡ୍‌ ବି ନିଜ ପତ୍ନୀଙ୍କୁ କ୍ଷମା ମାଗିବା ପରେ ଯାଇ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର