ଲସ୍‌ ଏଞ୍ଜେଲ୍‌ସ୍‌: ବର ବା ସ୍ବାମୀଟିଏ ଖୋଜି ଦେଲେ ୫ ହଜାର ଡଲାର୍‌ (୪,୧୦,୪୬୨ ଟଙ୍କା) ଦେବେ ବୋଲି ଏକାକିନୀ ଜୀବନ ବିତାଇ ଅତିଷ୍ଠ ହୋଇଯାଇଥିବା ଜଣେ ଆମେରିକୀୟ ମହିଳା ଘୋଷଣା କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

Advertisment

publive-image Image Courtesy of NDTV

ରିପୋର୍ଟ ଅନୁସାରେ, ଇଭ୍‌ ଟିଲେ-କୋଲ୍‌ସନ୍‌ ନାମ୍ନୀ ଉକ୍ତ ୩୫ ବର୍ଷୀୟ ମହିଳା ଲସ୍‌ ଏଞ୍ଜେଲ୍‌ସ୍‌ରେ କର୍ପୋରେଟ୍‌ ଲିଟିଗେସନ୍‌ ଆର୍ଟର୍ଣ୍ଣି ଭାବେ କାର୍ଯ୍ୟ କରନ୍ତି। ବିବାହ କରିବା ପାଇଁ ତାଙ୍କୁ ପାତ୍ରଟିଏ ଖୋଜି ପାଇବାରେ ସାହାଯ୍ୟ କରିବାକୁ ନିବେଦନ କରି ସେ ‘ଟିକ୍‌ ଟକ୍‌’ରେ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ‘ଟିକ୍‌ ଟକ୍‌’ରେ ତାଙ୍କର ୧୦୦୦,୦୦୦ ଅନୁଗାମୀ ବା ଫଲୋୟର୍ସ ଅଛନ୍ତି।

US Woman, 35, Offers Rs 4 Lakh To Anyone Who Can Find Her A Husband

ସେ କହିଛନ୍ତି ଯେ, ପୂର୍ବରୁ ସେ ନିଜ ବନ୍ଧୁମାନଙ୍କ ସହିତ ଓ ବସ୍‌ଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରିଥିଲେ। କିନ୍ତୁ, ଏବେ ଉପରୋକ୍ତ ‘ଅଫର୍‌’କୁ ସେ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି କେହି ମୋ ପସନ୍ଦ ଅନୁସାରେ ମୁଁ ବାହା ହେବାକୁ ଚାହୁଁଥିବା ବର ବୁଝି ଦେଇ ପାରିବେ ମୁଁ ତାଙ୍କୁ ୫୦୦୦ ଡଲାର୍‌ ଦେବି। କିନ୍ତୁ, ସେ ବ୍ୟକ୍ତିଙ୍କୁ ବାହା ହୋଇ ଦୀର୍ଘ ଦିନ ଧରି ତାଙ୍କର ସ୍ତ୍ରୀ ହେବିନାହିଁ। ୨୦ ବର୍ଷ ଭିତରେ ମୁଁ ତାଙ୍କୁ ଛାଡ଼ପତ୍ର ଦେଇପାରେ। ସେଥିରେ କିଛି ଯାଏଆସେ ନାହିଁ, ଆପଣ ‌ବର ଯୋଗାଡ଼ କରିଦେଲେ ନିଶ୍ଚୟ ୫,୦୦୦ ଡଲାର୍‌ ନିଶ୍ଚୟ ପାଇବେ।

ସେ ୫ ବର୍ଷ ହେବ ଏକାକିନୀ ଅଛନ୍ତି। ‘ଡେଟିଙ୍ଗ୍‌ ଆପ୍‌’ରୁ ସୂଚନା ନେଇ ସେ ଅନେକ ଲୋକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ମଧ୍ୟ ଯୋଗ୍ୟ ସ୍ବାମୀ ପାଇନାହାନ୍ତି ବୋଲି ମଧ୍ୟ କଲ୍‌ସନ୍‌ କହିଛନ୍ତି।