ଜନ୍ମ ହେବା ପରେ ନବଜାତକ ବଞ୍ଚିବ ନାହିଁ ବୋଲି ଜାଣି ମଧ୍ୟ ଏହି କାରଣ ପାଇଁ ଜନ୍ମଦେଲେ ମହିଳା, ସମସ୍ତେ କରୁଛନ୍ତି ସଲାମ…

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଜନୈକା ୨୩ ବର୍ଷୀୟା କ୍ରିଷ୍ଟା ଡେବିସ୍‌ଙ୍କ କାହାଣୀ ଶୁଣିବା ପରେ ଆପଣମାନେ ତାଙ୍କୁ ସଲାମ ନ କରି ରହି ପାରିବେ ନାହିଁ । କାରଣ ଗର୍ଭବତୀ ଥିବା କ୍ରିଷ୍ଟା ଜାଣିଥିଲେ କି, ଯେଉଁ ଶିଶୁକୁ ସେ ଜନ୍ମ ଦେବା ପାଇଁ ଯାଉଛନ୍ତି, ସେ କେବଳ ମାତ୍ର ୩୦ମିନିଟ୍‌ ପର୍ଯ୍ୟନ୍ତ ବଞ୍ଚି ପାରିବ । କିନ୍ତୁ ସବୁ ଜାଣି ବି ସେ ନିଜ ଶିଶୁକୁ ଏ ଦୁନିଆକୁ ଆଣିଥିଲେ । କାରଣ ସେ ଶିଶୁର ଅଙ୍ଗଦାନ କରିବାକୁ ଚାହୁଁଥିଲେ ।

WCVB-TV

ସୂଚନା ମୁତାବକ, ୧୮ସପ୍ତାହର ଗର୍ଭବତୀ ଥିବା ବେଳେ ପେଟରେ ଥିବା ଶିଶୁଟି ଜନ୍ମ ହେବା ପରେ ବଞ୍ଚି ପାରିବ ନାହିଁ ବୋଲି ଡ଼ାକ୍ତର ଜଣାଇଥିଲେ । କାରଣ ଶିଶୁକୁ ଅନେନ୍‌ଦେଫଲୀ ନାମକ ଏକ ଦୂରାରୋଗ୍ୟ ରୋଗ ହୋଇ ସାରିଥିଲା । ଏହି ରୋଗ ହେଲେ ଶିଶୁର ମସ୍ତିଷ୍କ ବା ଖପୁରୀ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇ ପାରି ନଥାଏ । ଏହା ସୂଚନା ଡ଼ାକ୍ତର କ୍ରିଷ୍ଟା ଏବଂ ତାଙ୍କ ସ୍ୱାମୀଙ୍କୁ ଦେବା ସହ ଦୁଇଟି ବିକଳ୍ପ ଦେଇଥିଲେ । ଗର୍ଭପାତ କରାଇ ନିଅ ନହେଲେ ଶିଶୁକୁ ଜନ୍ମ ଦେଇ ତାହାର ଅଙ୍ଗଦାନ କର ବୋଲି ଡ଼ାକ୍ତର କହିବା ପରେ କ୍ରିଷ୍ଟା ଦ୍ୱିତୀୟ ବିକଳ୍ପ ବାଛିଥିଲେ । ଅଙ୍ଗଦାନ କରି ସେ ଅନ୍ୟ ଶିଶୁର ଜୀବନ ବଞ୍ଚାଇ ପାରିବା ସହ ସେମାନଙ୍କ ମାତା-ପିତାଙ୍କୁ ଖୁସି କରାଇ ପାରିବେ ବୋଲି ଭାବି କ୍ରିଷ୍ଟା ନିଜ ଶିଶୁକୁ ଜନ୍ମ ଦେଇଥିଲେ । ଯାହା ପରେ ଶିଶୁର ଅଙ୍ଗଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର