ନୂଆଦିଲ୍ଲୀ: ଚଳିତ ବର୍ଷ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅଦ୍ଭୁତ ଫଟୋ ଓ ଭିଡିଓ ସବୁ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଗୋଟିଏ ଭିଡିଓ ପକ୍ଷୀ ଓ ଏକ ସାର୍କର ଦେଖିବାକୁ ମିଳିଥିଲା। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ପକ୍ଷୀ ତାର ପନ୍ଝାରେ ସାର୍କ ମାଛକୁ ସମୁଦ୍ର ଭିତରୁ ଧରି ଆକଶକୁ ଉଡ଼ି ଯାଉଛି। ଏହି ଭିଡିଓଟି ଆମେରିକାର ମାୟର୍ଟଲ ବିଚର ବୋଲି ଜଣାପଡ଼ିଛି।
ଏହି ଅସ୍ୱଭାବିକ ଦୃଶ୍ୟକୁ ଦକ୍ଷିଣ କେରୋଲିନାରେ ଫେସବୁକ୍ ବ୍ୟବହାରକାରୀ କେଲି ବର୍ବାଜ୍ କ୍ୟାମେରାରେ କୈଦ କରିଥିଲେ। ଭିଡିଓ ସେୟାର କରି ବର୍ବେଜ ଲେଖିଛନ୍ତି, ‘ଇଗଲ? କୋଣ୍ଡୋର? ମାୟର୍ଟଲ ବିଚରେ ଏକ ସାର୍କକୁ ଧରିଥିଲା। ଟୁଇଟରରେ ଏହି ଭିଡିଓକୁ ସେୟାର କରାଯିବା ପରେ ଏପର୍ଯ୍ୟନ୍ତ ଭିଡିଓକୁ ୧୫ ମିଲିୟନ୍ ଭ୍ୟୁ ମିଳି ସାରିଛି।
Anyone know what type of bird this is and is it holding a shark? #myrtlebeach 📽 Kelly Burbage pic.twitter.com/gc59xihiM7
— Tracking Sharks (@trackingsharks) June 30, 2020
ଟୁଇଟର ଆକାଉଣ୍ଟ ‘ଟ୍ରାକିଂ ସାର୍କ’ ଏହି ଭିଡିଓକୁ ରି-ପୋଷ୍ଟ କରି ପକ୍ଷୀ ସହିତ ମାଛ ଚିହ୍ନଟ କରିବା ପାଇଁ ଜନସାଧାରଣଙ୍କୁ କହିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ମାଛ ପକ୍ଷୀ କବଳରୁ ବାହାରକୁ ଯିବାକୁ ଚେଷ୍ଟା କରୁଛି। ଟ୍ରାକିଂ ସାର୍କ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ ଏହା କେଉଁ ପ୍ରକାରର ପକ୍ଷୀ ଏବଂ ଏହା ସାର୍କ ଧରିଛି କି ନାହିଁ କେହି ଜାଣନ୍ତି କି?
ଏହି ଭିଡିଓକୁ ଜୁନ୍ ୩୦ରେ ସେୟାର କରାଯାଇଛି। ଯାହାକୁ ଏଯାବତ ୨୧ହଜାରରୁ ଅଧିକ ଲାଇକ୍ସ ଓ ୭ହଜାରରୁ ଅଧିକ ଥର ରି-ଟୁଇଟ କରାଯାଇସାରିଲାଣି। ଏହି ଭିଡିଓକୁ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।