ଭୁବନେଶ୍ବର: କରୋନାକୁ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କ୍ଷୀରୋଦ କୁମାର ରାଉତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଲୋକମାନଙ୍କ ମନରେ ଓମିକ୍ରନକୁ ନେଇ ରହିଥିବା ଦ୍ୱନ୍ଦ୍ବ ନିଜ ଉତ୍ତରରେ ସେ ଦୂର କରିଛନ୍ତି।
ଭୂତାଣୁ ରୂପ ବଦଳାଇଲେ ସ୍ପାଇକ ପ୍ରୋଟିନରେ ପରିବର୍ତ୍ତନ ଦେଖାଯାଏ । ଓମିକ୍ରନରେ ୩୦ରୁ ଅଧିକ ସ୍ପାଇକ ପ୍ରୋଟିନରେ ପରିବର୍ତ୍ତନ ଆସିଛି । ଏମ ପ୍ରୋଟିନରେ ବି ମ୍ୟୁଟେସନ ଦେଖାଦେଇଛି । ପୂରା ଭୂତାଣୁରେ ୫୦ରୁ ଅଧିକ ପରିବର୍ତ୍ତନ ହୋଇଛି । ଓମିକ୍ରନ କ୍ଷେତ୍ରରେ ଆମିନୋ ଏସିଡ ବାହାରେ ପରିବର୍ତ୍ତନ ହୋଇଛି । କାର୍ବୋହାଇଡ୍ରେଟ, ଫ୍ୟାଟ ବି ବଦଳି ଥିବା ସୂଚନା ଦେଇଛନ୍ତି ବିଶେଷଜ୍ଞ । ଏହି ସବୁ କାରଣରୁ ଓମିକ୍ରନ ଶୀଘ୍ର ସଂକ୍ରମଣ କରୁଛି ।
ଓମିକ୍ରନ ଫୁସଫୁସ ଟିସୁରେ ଏତେ ପ୍ରଭାବ ପକାଉନି ଯେତେ ଡେଲଟା ପକାଉଥିଲା । ଯେଉଁମାନେ ବହୁବିଧ ଅଣସଂକ୍ରାମକ ରୋଗରେ ପୀଡ଼ିତ ଅଛନ୍ତି ସେମାନେ ଓମିକ୍ରନଠାରୁ ସତର୍କ ରହିବା ଦରକାର । ଟିକା ନେଉଥିବା ଲୋକଙ୍କ ଉପରେ ଏହା କମ ପ୍ରଭାବ ପକାଉଛି । ଯେତେ ଟିକା ନେବେ ସେତେ ସୁରକ୍ଷିତ ହେବେ । ଟିକା ନେବା ନିହାତି ଆବଶ୍ୟକ ।
ଶୀତ ଦିନେ କାହିଁକି ପ୍ରଭାବ ପଡ଼ିଲା ?
ଖରାଦିନ ହେଉ କି ଶୀତ ଦିନ ଏହା ସବୁ ସମୟରେ ହେବ । ଋତୁ ଅନୁସାରେ ଏହା ପ୍ରଭାବ ପକାଏ ନାହିଁ । ପିକ୍ ଆଉ ତାର ଡାଉନ ସମୟ ଉପରେ ନିର୍ଭର କରେ ଏହା କେବେ ପ୍ରଭାବ ପକାଇବ ।
କଟକଣା ଭିତରେ ରହିବ ବିବାହ, ବ୍ରତ ସବୁ ପାଳନ କରିବା ଉଚିତ । ଅଧିକ ଲୋକ ଏକାଠି ହେଲେ ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସହଜରେ ବ୍ୟାପି ଥାଏ । ଯଦି ଆମେ କମ ଲୋକ ଏକାଠି ହେବ ତେବେ ସଂକ୍ରମଣକୁ ଅଟକାଇପାରିବା । ଏହି ସବୁ ନିୟମ ପାଳିବା ନିହାତି ଆବଶ୍ୟକ । ପାଳିଲେ ଯାଇ ଆମେ କରୋନାକୁ ହରାଇପାରିବା ।
ଟିକାକୁ ନେଇ ରହିଛି କି ଦ୍ୱନ୍ଦ୍ୱ ?
ବୁଷ୍ଟର ଡୋଜ ନେବା ପୂର୍ବରୁ ପ୍ରଥମେ ୨/୩ ଥର ଟ୍ରାଏଲ କରିବାକୁ ପଡିବ । ହେଲେ ଆମର ବୁଷ୍ଟର ଡୋଜ ଟ୍ରାଏଲ ହୋଇ ନଥିଲା । ଆମେ ଆଡିସନାଲ ଡୋଜ ଭାବିବାକୁ ପଡିଲା । ଆଉ ତାକୁ ଟିକେ ପରିବର୍ତ୍ତନ କରି ଆମେ ପ୍ରିକସନ ଡୋଜ ଦେଲୁ । ଆଉ ଏହି ଡୋଜ ଡେଲଟା ଓ ଓମିକ୍ରନଠୁ ସୁରକ୍ଷିତ ରଖିବ ।